ପ୍ୟାରିସ: ସୋମବାର ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଏଲିଜାବେଥ ବୋର୍ନ ନିଯୁକ୍ତ ହୋଇଛନ୍ତି। ସେ ଦେଶରେ ଏହି ପଦବୀରେ ଅବସ୍ଥାପିତ ଦ୍ୱିତୀୟ ମହିଳା। ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଜନ କାଷ୍ଟେକ୍ସ ଗତ ମାସରେ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଘୋଷଣା କରିଥିଲେ। ୬୧ବର୍ଷୀୟ ବୋର୍ନ ଜିତିବା ପରେ ତାଙ୍କୁ ଜନ କାଷ୍ଟେକ୍ସଙ୍କ ଉତ୍ତରାଧିକାରୀ ଭାବେ ଏହି ପଦବୀରେ ନିଯୁକ୍ତି ମିଳିଛି। ମାକ୍ରୋନ୍ ଏବଂ ବୋର୍ନ ଆଗାମୀ ଦିନରେ ପୂର୍ଣ୍ଣ ସରକାର ନିଯୁକ୍ତ କରିବେ ବୋଲି ଆଶା କରାଯାଉଛି।
୧୯୯୧-୯୨ରେ ସମାଜବାଦୀ ରାଷ୍ଟ୍ରପତି ଫ୍ରାଙ୍କୋଇସ ମିତେରାଣ୍ଡଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ଥିବା ଏଡିଥ କ୍ରେସନଙ୍କ ପରେ ବୋର୍ନ ହେଉଛନ୍ତି ଦ୍ୱିତୀୟ ମହିଳା। ସେ ୨୦୨୦ରୁ ମାକ୍ରୋନଙ୍କ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8-13.jpg)