ଜଳିଗଲା ଏଲନ୍‌ ମସ୍କ୍‌ଙ୍କ ରକେଟ୍‌

ନ୍ୟୁୟର୍କ : ଆମେରିକାର ବେସରକାରୀ ମହାକାଶ ପରିବହନ ସଂସ୍ଥା ସ୍ପେସ୍‌-ଏକ୍ସର ଏକ ରକେଟ୍‌ ବୁଧବାର ସଫଳ ଉତ୍‌କ୍ଷେପଣର କିଛି ସମୟ ପରେ ଅବତରଣ ବେଳେ ଧ୍ବଂସ ହୋଇଯାଇଛି। ମହାକାଶକୁ ଭାରୀ ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ ପାଇଁ ସଫଳ ଉଦ୍ୟୋଗୀ ଏଲନ୍‌ ମସ୍କ୍‌ଙ୍କ ଦ୍ବାରା ପରିକଳ୍ପିତ ଏହି ୧୬ ମହଲା (୩୯୪ ଫୁଟ୍‌ ବା ୧୨୦.୦୯ ମିଟର ଉଚ୍ଚ) ବିଶିଷ୍ଟ ‘ଷ୍ଟାରସିପ୍‌’ ନାମକ ରକେଟ୍‌ଟି ଭବିଷ୍ୟତର ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ବେଳେ ମହାକାଶଚାରୀଙ୍କ ସହିତ ଶହେ ଟନ୍‌ ସାମଗ୍ରୀ ବୋହିନେବା ପାଇଁ ବିକଶିତ ହୋଇଥିଲା। ପରୀକ୍ଷାମୂଳକ ଭାବେ ଏହା ୪୧,୦୦୦ ଫୁଟ ଉଚ୍ଚକୁ ଯାଇ ଭୂପୃଷ୍ଠକୁ ଫେରି ଆସିବାକୁ ନିୟନ୍ତ୍ରିତ ଯୋଜନା ହୋଇଥିବା ବେଳେ ଏହା ପ୍ରତ୍ୟାବର୍ତ୍ତନ ପଥରେ ଅଜ୍ଞାତ କାରଣବଶତଃ ଟେକ୍ସାସ ଅବତରଣ କେନ୍ଦ୍ରରେ ବିସ୍ଫୋରିତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର