କାନାଡା ପ୍ରଧାନମନ୍ତ୍ରୀଙ୍କୁ ହିଟଲରଙ୍କ ସହ ତୁଳନା କଲେ ଏଲନ୍ ମସ୍କ୍: ବିବାବ ବଢ଼ିବାରୁ ଟ୍ୱିଟ୍ ହଟାଇଲେ

ଵାସିଂଟନ: ଟେସ୍‌ଲା ସିଇଓ ଏଲନ ମସ୍କଙ୍କ ଏକ ପୋଷ୍ଟ୍ ଟ୍ୱିଟରରେ ଝଡ଼ ସୃଷ୍ଟି କରିଛି। ମସ୍କ୍ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକଛତ୍ରବାଦୀ ଏଡୋଲ୍‌ଫ ହିଟଲରଙ୍କ ସହ ତୁଳନା କରି ଟ୍ବିଟ୍‌ କରିବା ପରେ ସେହି ଟ୍ୱିଟକୁ କିଛି ସମୟ ପରେ ହଟାଇ ଦେଇଛନ୍ତି। ମସ୍କ୍ ବୁଧବାର ରାତିରେ ଟ୍ୱିଟ୍ କରିଥିବା ବେଳେ ବିବାଦ ବଢ଼ିବାରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଏହାକୁ ହଟାଇ ଦେଇଥିଲେ। ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମସ୍କ୍ ଜାନୁଆରିରେ ଟ୍ରୁଡୋ ସରକାରଙ୍କ ସ୍ବାସ୍ଥ୍ୟ ନୀତିକୁ ବିରୋଧ କରି କାନାଡା ଟ୍ରକ୍ ଚାଳକଙ୍କ ସମର୍ଥନରେ ଟ୍ୱିଟ୍ କରିଥିଲେ। ତେବେ ଟ୍ରୁଡୋଙ୍କୁ ହିଟଲରଙ୍କ ସହ ମସ୍କ୍‌ ତୁଳନା କରିଥିବାରୁ ତାଙ୍କର ଅନେକ ଅନୁଗାମୀ ଏହାକୁ ପସନ୍ଦ କରିନାହାନ୍ତି।

ସମ୍ବନ୍ଧିତ ଖବର