ଟେକ୍ସାସ୍: ଭାରତରେ ବୈଦୁତିକ କାରର ଉତ୍ପାଦନ କାରଖାନା କରିବେନି ଏଲନ ମସ୍କ। ପ୍ରସିଦ୍ଧ ବୈଦ୍ୟୁତିକ କାର ନିର୍ମାତା ଟେସଲାର ସିଇଓ ଏଲନ୍ ମସ୍କ ଏବେ ଏହା ସ୍ପଷ୍ଟ କରିଛନ୍ତି। ସେ ସ୍ପଷ୍ଟ ଭାବେ ସୂଚାଇ ଦେଇଛନ୍ତି ଯେ ସେ ଭାରତରେ ଟେସଲାର ଉତ୍ପାଦନ କାରଖାନା ସ୍ଥାପନ କରିବେ ନାହିଁ। ଏଲନ୍ ମସ୍କ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ଦକ୍ଷିଣ ଏସିଆ ଦେଶରେ ଟେସଲାର କାର ବିକ୍ରି ପାଇଁ ଅନୁମତି ନମିଳେ ତେବେ ସେଠାରେ କାରର ଉତ୍ପାଦନ କାରଖାନା ସ୍ଥାପନ ହୋଇପାରିବ ନାହିଁ। ଏଭଳି ଟ୍ବିଟ ପରେ ଟ୍ୱିଟରରେ ଜଣେ ବ୍ୟକ୍ତି ମସ୍କକୁ ପ୍ରଶ୍ନ କରିବା ସହିତ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଟେସଲାର ଯୋଜନା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମସ୍କ କହିଥିଲେ ଯେ, ଟେସଲା ଏମିତି କୌଣସି ସ୍ଥାନରେ ଉତ୍ପାଦନ କାରଖାନା ସ୍ଥାପନ କରିବ ନାହିଁ ଯେଉଁଠାରେ ଆମକୁ କାର ବିକ୍ରି ପାଇଁ ଅନୁମତି ଦିଆଯାଇ ନାହିଁ।
ଏହାପୂର୍ବରୁ ଏପ୍ରିଲରେ ଭାରତରେ ଅଟୋମୋବାଇଲ ଉତ୍ପାଦନ ପାଇଁ ଅନୁକୂଳ ଉପରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଭାରତରେ ବୈଦୁତିକ ଯାନ ଉତ୍ପାଦନ କରିବା ପାଇଁ ଆମେ ଏଲନ୍ ମସ୍କକୁ ସ୍ୱାଗତ କରିବୁ। କିନ୍ତୁ ଯଦି ଟେସଲାର ମାଲିକ ଚୀନରେ କାର୍ ତିଆରି କରି ଆଣି ଭାରତରେ ବିକ୍ରି କରିବେ, ତେବେ ଏହା ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ ନୁହେଁ। ଏହା ଅତ୍ୟନ୍ତ ସରଳ ବିକଳ୍ପ; ଯଦି ଏଲନ୍ ମସ୍କ ଭାରତରେ ଟେସଲା କାର ନିର୍ମାଣ କରିବାକୁ ପ୍ରସ୍ତୁତ, ତେବେ କୌଣସି ଅସୁବିଧା ନାହିଁ। ଆମର ସମସ୍ତ ଯୋଗ୍ୟତା ଅଛି, ବିକ୍ରେତାମାନେ ଉପଲବ୍ଧ ଅଛନ୍ତି। ଆମ ପାଖରେ ସମସ୍ତ ପ୍ରକାରର ଜ୍ଞାନକୌଶଳ। ଦିଲ୍ଲୀର ଏକ ଘରୋଇ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଗଡକରୀ ଏଭଳି ମନ୍ତବ୍ୟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/bb4d9d9e-a6ee-4070-b26c-de4160484c93.jpg)