ନୂଆଦିଲ୍ଲୀ: ଏଲୋନ୍ ମସ୍କ ପୁଣି ଥରେ ସଭିଙ୍କୁ ଚକିତ କରିବା ପରି ଏକ ଭବିଷ୍ୟବାଣୀ କରିଛନ୍ତି। ଏଥର ସେ ଭବିଷ୍ୟବାଣୀ କରିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ। ତାଙ୍କ କହିବା କଥା ହେଲା ଏଆଇ ପାଇଁ ଆଗକୁ ଆଉ କାହା ପାଖରେ ଚାକିରି ରହିବ ନାହିଁ।
ସେ ବିଶ୍ୱାସ କରନ୍ତି ଯେ ସବୁକିଛି ଦିନକୁ ଦିନ ଏଆଇ ଏବଂ ରୋବର୍ଟ ନିୟନ୍ତ୍ରଣାଧୀନ ହୋଇଯିବ। ଯୁଗ ବଦଳିବା ସହ ଟେକ୍ନଲୋଜି ବି ବଦଳିବାରେ ଲାଗିଛି । ଅନେକ କ୍ଷେତ୍ରରେ ଲୋକଙ୍କୁ ଏହାର ସୁଫଳ ବି ମିଳୁଛି । ଏଆଇ ଆସିବା ଦିନରୁ ଲୋକଙ୍କ ଅନେକ କାମ ଏବେ ଏଆଇ କରିନେଉଛି । ବଡ ବଡ କମ୍ପାନୀମାନେ ମଧ୍ୟ ଏଆଇ ଦ୍ୱାରା କାମ କରିବା ଆରମ୍ଭ କରିଲେଣି । ମଣିଷ ଅପେକ୍ଷା ଏଆଇ ସବୁ କାମକୁ ସଠିକ୍ ଏବଂ ଠିକ୍ ସମୟରେ କରିପାରୁଛି । ଏହାରି ଭିତରେ ଏଲନ୍ ମସ୍କଙ୍କ ଭବିଷ୍ୟବାଣୀ ଚିନ୍ତା ବଢାଇଦେଇଛି।
ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମସ୍କ ତାଙ୍କ ଭାଷଣରେ କହିଛନ୍ତି, ବିଶ୍ୱରେ କୌଣସି ଚାକିରି ରହିବ ନାହିଁ । ଏଆଇ ଏବଂ ରୋବୋଟ୍ ସବୁକିଛି କରିବେ। ମଣିଷ କେବଳ ନିଜର ସଉକ ପାଇଁ କାମ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/26/nIswy885vlNUOrjckMkg.jpg)