ବାପାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହେଁନି କହି ନାମ ବଦଳାଇଦେଲେ ମସ୍କଙ୍କ ଝିଅ

କାଲିଫର୍ଣ୍ଣିଆ: ଆମେରିକାର ପ୍ରସିଦ୍ଧ ବ୍ୟବସାୟୀ ତଥା ଟେସଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲୋନ୍ ମସ୍କଙ୍କ କିନ୍ନର ଝିଅଙ୍କୁ ଲିଙ୍ଗ ପରିବର୍ତ୍ତନ ଅନୁଯାୟୀ ନାମ ପରିବର୍ତ୍ତନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ୧୮ ବର୍ଷ ବୟସ୍କା ଜାଭିଅର୍ ବର୍ତ୍ତମାନ ଭିଭିଆନ୍ ଜେନା ୱିଲସନ ଭାବରେ ପରିଚିତ ହେବେ | ଏଲୋନ୍ ମସ୍କଙ୍କ ଝିଅ ଜାଭିଅର୍ ଆଲେକ୍ସଜାଣ୍ଡାର୍ ମସ୍କ ଭାବରେ ଜଣାଶୁଣା ଥିଲେ | ଅଦାଲତର ଦଲିଲ ଅନୁଯାୟୀ ଖୁବ ଶୀଘ୍ର ଏ ସମ୍ପର୍କରେ ଏକ ନୂତନ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯିବ।

ଏହାପୂର୍ବରୁ ଜାଭିୟର୍ ତାଙ୍କ ପିତାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁନଥିବାରୁ ନାମ ପରିବର୍ତ୍ତନ କରିବାକୁ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଭିଭିଆନ୍ ଜେନା ୱିଲସନ କହିଥିଲେ ଯେ, ମୁଁ ମୋର ପିତାଙ୍କ ସହ ରହିବାକୁ ଚାହେଁ ନାହିଁ କିମ୍ବା ତାଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ଚାହେଁ ନାହିଁ। ୧୮ ବର୍ଷ ବୟସ ପୂରଣ ହେବା ପରେ ଭିଭିଆନ୍ ଏହି ଆବେଦନ କରିଥିଲେ |

ଏହାପୂର୍ବରୁ, ତାଙ୍କ ମା ଜଷ୍ଟିନ ୱିଲସନ ୨୦୦୮ ରେ ଏଲୋନ ମସ୍କଙ୍କଠାରୁ ଛାଡପତ୍ର ନେଇଥିଲେ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କର ୮ଜଣ ସନ୍ତାନ ଥିଲେ। ତେବେ, ଗୋଟିଏ ଶିଶୁର ଜନ୍ମ ପରେ ହିଁ ମୃତ୍ୟୁ ହୋଇଯାଇଥିଲା |

ସମ୍ବନ୍ଧିତ ଖବର