ସାନ୍ ଫ୍ରାନ୍ସିସ୍କୋ: ୬ ମାସ ମଧ୍ୟରେ ତାଙ୍କ କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ ମାନବ ମସ୍ତିଷ୍କରେ ଗୋଟାଏ ‘ଚିପ୍’ ରୋପଣ କରିବାରେ ସମର୍ଥ ହେବ ଯାହା ବଳରେ ଉକ୍ତ ବ୍ୟକ୍ତିଜଣକ କମ୍ପ୍ୟୁଟର୍ ସହିତ ଯୋଗସୂତ୍ର ସ୍ଥାପନ କରିପାରିବ ବୋଲି ବୁଧବାର ଦିନ ‘ଟେକ୍ ବିଲିୟନେୟାର୍’ ଏଲନ୍ ମସ୍କ୍ କହିଛନ୍ତି।
Image Courtesy of NDTVସେ କହିଛନ୍ତି ଯେ, ‘ନ୍ୟୁରୋଲିଙ୍କ୍’ ନାମରେ ତାଙ୍କର ଗୋଟାଏ ଷ୍ଟାର୍ଟ-ଅପ୍ ଉକ୍ତ ‘ଚିପ୍’ ତିଆରି କରୁଛି। ଉକ୍ତ ‘ଚିପ୍’ଟି ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ପ୍ରତିରୋପଣ କରାଯିବ ସେ ବ୍ୟକ୍ତିଜଣକ ଉକ୍ତ ‘ଚିପ୍’ ଜରିଆରେ ନିଜ ମନର କଥା କମ୍ପ୍ୟୁଟର୍କୁ ଜଣାଇବାରେ ସମର୍ଥ ହେବ।
ସେ ନିଜେ ମଧ୍ୟ ସେହି ‘ଚିପ୍’ରୁ ଗୋଟାଏ ତାଙ୍କ ମସ୍ତିଷ୍କରେ ପ୍ରତିରୋପଣ କରିବାକୁ ଯୋଜନା କରୁଥିବା କଥା କହିଛନ୍ତି।
Image Courtesy of The Guardianସେ କହିଛନ୍ତି, ‘ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ରେ ଏ ସଂକ୍ରାନ୍ତ ସମସ୍ତ କାଗଜପତ୍ର ଦାଖଲ ସରିଛି। ମୋର ମନେହୁଏ ବୋଧହୁଏ ପ୍ରାୟ ୬ ମାସ ମଧ୍ୟରେ ଆମେ ମାନବ ମସ୍ତିଷ୍କରେ ଆମର ପ୍ରଥମ ‘ନ୍ୟୁରୋଲିଙ୍କ୍’ ପ୍ରତିରୋପଣ କରିବାକୁ ସମର୍ଥ ହେବୁ।
ପ୍ରଥମ ପ୍ରତିରୋପଣ ପାଇଁ ପ୍ରସ୍ତୁତ ହେବାକୁ ଆମେ କଠୋର ପରିଶ୍ରମ କରୁଛୁ। ମାନବ ମସ୍ତିଷ୍କରେ ଯେମିତି ଉକ୍ତ ଉପକରଣଟି ଭଲ ଭାବେ କାର୍ଯ୍ୟ କରେ, ସେଥି ପ୍ରତି ସୁନିଶ୍ଚିତ ହେବାକୁ ଅତ୍ୟନ୍ତ ସାବଧାନ ହେବା ସ୍ବାଭାବିକ କଥା ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦ରେ ମାନବ ମସ୍ତିଷ୍କରେ ‘ନ୍ୟୁରୋଲିଙ୍କ୍’ ପ୍ରଥମ ପରୀକ୍ଷା କରିବାକୁ ସମର୍ଥ ହେବ ବୋଲି ମସ୍କ୍ ୨୦୧୯ ଜୁଲାଇରେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/Brain-Chip_Thumbnail.jpg)