ନୂଆଦିଲ୍ଲୀ: ଖର୍ଚ୍ଚ କାଟ ପାଇଁ ଏଲନ୍‌ ମସ୍କ୍‌ ‘ଟୁଇଟର୍‌’ କର୍ମଚାରୀଙ୍କ ସଂଖ୍ୟା ଅଧା କରିବାକୁ ଯୋଜନା କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ‘ବ୍ଲୁମ୍‌ବର୍ଗ’ ମଧ୍ୟ ଉକ୍ତ ରିପୋର୍ଟର ପୁନରାବୃତ୍ତି କରିଛି।

Advertisment

ସଦ୍ୟତମ ରିପୋର୍ଟ ଅନୁସାରେ, ‘ଟୁଇଟର୍‌’ରେ ଚାକିରି ସଂଖ୍ୟା ଅଧା ହ୍ରାସ କରିବା ଲାଗି ମସ୍କ୍‌ ଯୋଜନା କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ, ମସ୍କ୍‌ ପ୍ରାୟ ୩୭୦୦ ଚାକିରି କାଟିବେ। କୁହାଯାଉଛି, ଚଳିତ ସପ୍ତାହାନ୍ତରେ କର୍ମଚାରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ।

ଉଲ୍ଲେଖଯୋଗ୍ୟ କଥା ହେଲା, ମସ୍କ୍‌ କିଂବା ‘ଟୁଇଟର୍‌’ ଚାକିରି କାଟ ପ୍ରସଙ୍ଗରେ କିଛି ସୁନିଶ୍ଚିତ କରି କହିନାହାନ୍ତି। ଏ ସଂକ୍ରାନ୍ତରେ ପଚରା ଯିବାରୁ ହଠାତ୍‌ କ‌ୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ‘ଟୁଇଟର୍‌’ର ଜଣେ ମୁଖପାତ୍ର କହିଛନ୍ତି।

publive-image Image Courtesy of NDTV

କିନ୍ତୁ, ଉପରୋକ୍ତ ଯୋଜନା ସମ୍ବନ୍ଧରେ ଜାଣିଥିବା କେତେକ ଲୋକ କହୁଛନ୍ତି ଯେ, ସାନ୍‌ଫ୍ରାନ୍‌ସିସ୍‌କୋସ୍ଥିତ ‘ଟୁଇଟର୍‌’ରେ ଚାକିରି କାଟ ଓ ଅନ୍ୟାନ୍ୟ ନୀତି ପରିବର୍ତ୍ତନ ସଂକ୍ରାନ୍ତରେ ମସ୍କ୍‌ ଏବଂ ତାଙ୍କ ଉପଦେଷ୍ଟା ମଣ୍ଡଳୀ ତର୍ଜମା କରୁଛନ୍ତି। ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରାଯିବ ସେମାନଙ୍କୁ ୨ ମାସର ବେତନ ଦିଆଯିବ।

publive-image Image Courtesy of India Today

ଅତ୍ୟଧିକ ଅର୍ଥ ଦେଇ ‘ଟୁଇଟର୍‌’କୁ ଖରିଦ କରିଥିବାରୁ ଚାପଗ୍ରସ୍ତ ମସ୍କ୍‌ ବ୍ୟବସାୟରେ ଖର୍ଚ୍ଚ କାଟ ନିମନ୍ତେ ଏଭଳି ବ୍ୟବସ୍ଥା କରୁଛନ୍ତି ବୋଲି ବିଭିନ୍ନସୂତ୍ରରୁ ଖବର ମିଳୁଛି।