ନୂଆଦିଲ୍ଲୀ: ଭାରତରେ ସଂପ୍ରତି ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ସମେତ ୧୪ଟି ରାଜ୍ୟର ବିଭିନ୍ନ ଆସନରେ ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି। ଅପରପକ୍ଷରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ମତଦାନର ୧ ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କାଲିଫର୍ଣ୍ଣିଆର ଫଳାଫଳ ଘୋଷଣା ହୋଇନାହିଁ। ଏହି ବିଳମ୍ବକୁ ନେଇ ବିଶ୍ବର ଅନ୍ୟତମ ଧନକୁବେର ଏଲନ୍ ମସ୍କ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ପ୍ରସଙ୍ଗରେ ଆଲୋଚନା କରି ସେ ଲେଖିଛନ୍ତି, ଭାରତ ସାଧାରଣ ନିର୍ବାଚନରେ ଗୋଟିଏ ଦିନରେ ୬୪୦ ନିୟୁତ ଭୋଟ ଗଣତି ଶେଷ କରିପାରିଲା, କିନ୍ତୁ କାଲିଫର୍ଣ୍ଣିଆରେ ଭୋଟଗଣତି ଏଯାଏଁ ଶେଷ ହୋଇନାହିଁ। ଏହା ସହ ସେ ‘ୱି ଦ ପିପୁଲ୍, ପପୁଲିଜମ୍ ଫର ଡେମୋକ୍ରାସି’ ପୋଷ୍ଟ୍କୁ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି, ସେଠାର (ଭାରତରେ) ନିର୍ବାଚନରେ ଠିକିବା ପ୍ରାଥମିକ ଲକ୍ଷ୍ୟ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2024/04/19_04_2024-elon_musk_23700176.webp)