ନୂଆଦିଲ୍ଲୀ: ଟ୍ବିଟର୍‌ର ନୂଆ ମାଲିକ ଏଲନ ମସ୍କ  ଏହାର ବିକଳ୍ପ ‘ମାଷ୍ଟଡନ୍‌’ ପ୍ଲାଟ୍‌ଫର୍ମକୁ ଥଟ୍ଟା କରି ଏକ ବିବାଦୀୟ କଥା କହିଛନ୍ତି। ଏହି ତାଙ୍କର ଏହି ପ୍ରତିନ୍ଦ୍ବନ୍ଦୀ ପ୍ଲାଟ୍‌ଫର୍ମକୁ ଅପଭ୍ରଂସ କରି ‘ମାଷ୍ଟଡନ୍‌’ ସ୍ଥାନରେ ‘ମାଷ୍ଟର୍‌ବେଟ୍‌ଡନ୍‌’ ବୋଲି କହିଛନ୍ତି। ସେ କହିଛନ୍ତି ଯଦି ତୁମେ ଟ୍ବିଟର୍‌କୁ ପସନ୍ଦ କରୁନ ତ ତେବେ ଆଉ ଏକ ବଢ଼ିଆ ସାଇଟ୍ ଅଛି- ତା’ ନାଁ ‘ମାଷ୍ଟର୍‌ବେଟ୍‌ଡନ୍‌’। ଅନେକ ବ୍ୟବହାରକାରୀ ଟୁଇଟରର ନୂଆ ଅପଡେଟକୁ ନେଇ ଅଭିଯୋଗ କରୁଥିବା ବେଳେ ମସ୍କ ସେମାନଙ୍କୁ ଏଭଳି ଜବାବ ଦେଇଛନ୍ତି।

Advertisment

ସେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ଏପରି କହିଥିଲେ। ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ମସ୍କ ସେହି ଟ୍ବିଟ୍‌ କରିଥିଲେ। ମ‌ାତ୍ର ଟ୍ବିଟ୍‌ କରିବାର କିଛି ସମୟ ପରେ ତାହାକୁ ଡିଲିଟ୍‌ କରିଦେଲେ।

ଟ୍ବିଟର୍‌ର ମାଲିକାନା ବଦଳିବା ପରେ ଅନେକ ବ୍ୟବହାରକାରୀ ଟ୍ବିଟ୍‌ର ଛାଡ଼ି ତା’ର ପ୍ରତିନ୍ଦ୍ବନ୍ଦୀ ପ୍ଲାଟ୍‌ଫର୍ମ ‘କୁ’ ଏବଂ ‘ମାଷ୍ଟଡନ୍‌’ରେ ଜଏନ୍‌ କରିଛନ୍ତି। ଏହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରି ମସ୍କ ଏପରି ଲେଖିଥିଲେ। ‘ମାଷ୍ଟଡନ୍‌’ ଏତେ ବି ନୂଆ ନୁ‌ହେଁ। ଭାରତରେ ଏହା ୨୦୧୯ ମସିହାରେ ଲୋକପ୍ରିୟ ପାଲଟିଛି।

publive-image

ଟ୍ବିଟର୍‌ କିଣିବା ପରେ ମସ୍କ ଏଥିରେ ଅନେକ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଖର୍ଚ୍ଚ କାଟ ପାଇଁ ଏଲନ୍‌ ମସ୍କ୍‌ ‘ଟୁଇଟର୍‌’ କର୍ମଚାରୀଙ୍କ ସଂଖ୍ୟା ଅଧା କରିବାକୁ ଯୋଜନା କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ମସ୍କ ତାଙ୍କର ଏହି ପ୍ରକ୍ରିୟା ଆରମ୍ଭ ବି କରି ସାରିଲେଣି। ଅନେକ କର୍ମଚାରୀଙ୍କୁ ଛଟେଇ କରି ସାରିଥିବା ବେଳେ ବୋର୍ଡର ସମସ୍ତ ସଦସ୍ୟଙ୍କୁ ହଟାଇ ଟ୍ବିଟର୍‌ର ନିଜେ ଏକମାତ୍ର ନିର୍ଦ୍ଦେଶକ ପାଲଟିଛନ୍ତି।

ଅତ୍ୟଧିକ ଅର୍ଥ ଦେଇ ‘ଟୁଇଟର୍‌’କୁ ଖରିଦ କରିଥିବାରୁ ଚାପଗ୍ରସ୍ତ ମସ୍କ୍‌ ବ୍ୟବସାୟରେ ଖର୍ଚ୍ଚ କାଟ ନିମନ୍ତେ ଏଭଳି ବ୍ୟବସ୍ଥା କରୁଛନ୍ତି ବୋଲି ବିଭିନ୍ନ ସୂତ୍ରରୁ ଖବର ମିଳୁଛି।