ନୂଆଦିଲ୍ଲୀ: ଦୁବାଇ ସ୍ଥିତ ଇନଫର୍ମା କନେକ୍ଟ ଏକାଡେମିର ଏକ ନୂତନ ରିପୋର୍ଟ ଅନୁଯାୟୀ ଟେସଲା ସିଇଓ ଏଲୋନ୍ ମସ୍କ ୨୦୨୭ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେବା ଦୌଡ଼ରେ ଅଛନ୍ତି।

Advertisment

ତାଙ୍କ ସଂପତ୍ତି ବାର୍ଷିକ ୧୧୦%ରୁ ଅଧିକ ବୃଦ୍ଧି ପାଇବା ସହିତ ବ୍ଲୁମବର୍ଗର ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ମସ୍କଙ୍କ ସଂପତ୍ତି ୨୪୧ ବିଲିୟନ୍‌ ଡଲାର୍‌ରେ ପହଞ୍ଚିିଛି।

ତେବେ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଜଣେ ଭାରତୀୟ ରହିପାରନ୍ତି ବୋଲି ଅନୁମାନ କରାଯାଉଛି। ଅତି ନିକଟରୁ ଅନୁସରଣ କରିବାରୁ ଜାଣିବାକୁ ମିଳୁଛି ଯେ ସେହି ଭାରତୀୟ ଜଣକ ହେଉଛନ୍ତି ଗୌତମ ଆଦାନୀ। ସମ୍ଭବତ ୨୦୨୮ ମସିହା ସୁଦ୍ଧା ସେ ଏହି ମାଇଲ୍‌ଖୁଣ୍ଟକୁ ଛୁଇଁବେ ବେ‌ାଲି ଆଶା କରାଯାଉଛି। ତେବେ ଏଲୋନ ମସ୍କଙ୍କ ସଂପତ୍ତି ବାର୍ଷିକ ପ୍ରାୟ ୧୧୦ ପ୍ରତିଶତ ବୃଦ୍ଧି ପାଉଥିବା ବେଳେ ଆଦାନୀଙ୍କ ସଂପତ୍ତି ବାର୍ଷିକ ୧୨୩ ପ୍ରତିଶତ ବୃଦ୍ଧି ପାଉଛି। 

ମସ୍କ ଓ ଆଦାନୀଙ୍କୁ ଛାଡ଼ିଦେଲେ ଏନ୍‌ବିଦିୟା ନିର୍ମାତା ଜେନ୍‌ସେନ୍‌ ହୁଆଙ୍ଗ୍‌, ମେଟା ସିଇଓ ମାର୍କ ଜୁକରବର୍ଗ, ଏଲ୍‌ଭିଏମ୍‌ଏଚ୍‌ର ବର୍ଣ୍ଣାଡ୍‌ ଆର୍‌ନଲ୍‌ଟ୍‌ ଆଦି ୨୦୩୦ ସୁଦ୍ଧା ଏହି ସୂଚୀରେ ସାମିଲ୍‌ ହେବେ ବୋଲି ଅନୁମାନ କରାଯାଉଛି। 

ନିକଟରେ ଭାରତର ଧନ ବୃଦ୍ଧି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ, ବ୍ଲୁମବର୍ଗ ରିଅଲ-ଟାଇମ ଇଣ୍ଡେକ୍ସ ଅମ୍ବାନୀଙ୍କୁ ସବୁଠାରୁ ଧନୀ ଏସୀୟ ଭାବରେ ସ୍ଥାନିତ କରିଛି। ଯେଉଁଥିରେ ଅମ୍ବାନୀଙ୍କ ସଂପତ୍ତି ୧୧୧ ବିଲିୟନ ଡଲାର ରହିଥିବା ବେଳେ ଆଦାନୀ ୯୯.୬ ବିଲିୟନ ଡଲାର୍‌ ସଂପତ୍ତିର ମାଲିକ ଅଟନ୍ତି।