https://sambad.in/india-and-beyond/telegram-ceo-arrested-trouble-due-to-app-6923413ୱାଶିଂଟନ: ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବଚ୍  ୱିଲମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି। ସେ କେବେ ପୃଥିବୀକୁ ଫେରିବେ ସେନେଇ ନାସା ଏକ ବଡ ଘୋଷଣା କରିଛି। ଏଲନ୍ ମସ୍କଙ୍କର କମ୍ପାନୀ ସ୍ପେସ୍ ଏକ୍ସ ସୁନୀତା ୱିଲିୟମ୍ସଙ୍କୁ ଫେରାଇ ଆଣିବ।  ଏଲୋନ୍ ମସ୍କ ଏହି ବିଷୟରେ ପ୍ରସ୍ତୁତିକୁ ଜୋର୍‌ଦାର୍‌ କରିଛନ୍ତି।

Advertisment

ଆସନ୍ତା ୨୦୨୫ ବର୍ଷ ଏକ ସ୍ପେସ୍ ଏକ୍ସ ବିମାନରେ ସୁନୀତା ୱିଲିୟମ୍ସ ଏବଂ ବଚ୍  ୱିଲମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ନାସା ଯୋଜନା ସମ୍ପର୍କରେ ଘୋଷଣା କରିଛି। ଫେବୃଆରୀ ୨୦୨୫ସୁଦ୍ଧା ଦୁହେଁ ଫେରିବେ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କର ସ୍ପେସ୍ ଏକ୍ସ ଦ୍ୱାରା ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଅଣାଯିବ। ନାସା ଏବଂ ସ୍ପେସ୍ ଏକ୍ସ ଏହି ବିଷୟରେ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି।

ସୂଚନାଯୋଗ୍ୟ,ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଦୁଇ ମାସ ପୂର୍ବେ ଜୁନ୍ ୫ ରେ ମହାକାଶକୁ ଉଡାଣ କରିଥିଲେ। ଉଭୟ ବୋଇଙ୍ଗର ଷ୍ଟାରଲାଇନରରେ ମହାକାଶ ଅଭିମୁଖେ ଯାତ୍ରା କରିଥିଲେ। ଉଭୟଙ୍କୁ ଏକ ସପ୍ତାହ ମଧ୍ୟରେ ସ୍ପେସ୍ ଷ୍ଟେସନରୁ ଫେରିବାର କାର୍ଯ୍ୟକ୍ରମ ଥିଲା।  କିନ୍ତୁ ସେମାନେ ଫେରିପାରି ନାହାନ୍ତି। କେତେକ ବୈଷୟିକ କାରଣରୁ ଉଭୟ ସ୍ପେସ୍ ଷ୍ଟେସନରେ  ଅଟକି ରହିଛନ୍ତି ।

ନାସା ମୁଖ୍ୟ ବିଲ୍ ନେଲସନ କହିଛନ୍ତି ଯେ ସୁନୀତା ୱିଲିୟମ୍ସ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ଦ୍ୱାରା ପୃଥିବୀକୁ ଫେରିବେ। ଦୁହେଁ କ୍ରୁ-୯ ସହିତ ସୁରକ୍ଷିତ ଫେରିବେ। ବୋଇଙ୍ଗ ଷ୍ଟାରଲାଇନର ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟର ସମସ୍ୟା ଯୋଗୁ ସୁନୀତା ୱିଲିୟମ୍ସଙ୍କ ଫେରିବାରେ ବିଳମ୍ବ ହେଉଛି।

ଅଧିକ ପଢ଼ନ୍ତୁ:

 ସେ କହିଛନ୍ତି ଯେ ଯଦି ଷ୍ଟାରଲିନର୍ ସଜଡ଼ା ନ ଯାଇପାରିବ ତେବେ ଦୁଇ ମହାକାଶଚାରୀଙ୍କୁ ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ସୁଦ୍ଧା ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ଦ୍ୱାରା ଫେରାଇ ଆଣାଯିବ।

ଅଧିକ ପଢ଼ନ୍ତୁ: https://sambad.in/india-and-beyond/will-modi-go-to-pakistan-why-did-shahbaz-send-the-invitation-know-6923432