ନୂଆଦିଲ୍ଲୀ: ସୁନୀତା ୱିଲିୟମ୍ସଙ୍କୁ ମହାକାଶରୁ ଫେରାଇ ଆଣିବେ ଏଲନ୍ ମସ୍କ । ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସ୍ଏକ୍ସର ସିଇଓ ଏଲନ୍ ମସ୍କଙ୍କୁ ଦାୟିତ୍ବ ଦେଇଛନ୍ତି । ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତବର୍ଷ ଜୁନ୍ରୁ ମହାକାଶରେ ଫସି ରହିଛନ୍ତି । ୨ ମହାକାଶ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ଏଲନ୍ ମସ୍କଙ୍କୁ କହିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି କହିଛନ୍ତି, ୨ ଜଣଙ୍କୁ ବାଇଡେନ୍ ପ୍ରଶାସନ ମହାକାଶରେ ଛାଡି ଦେଇଥିଲା । ମହାକାଶ ଷ୍ଟେସନ୍ରେ ଅନେକ ମାସ ହେଲା ସେମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବେ ବୋଲି କହିଛନ୍ତି ଏଲନ୍ ମସ୍କ ।
ଗତ ବର୍ଷ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ସୁନୀତା ୱିଲିୟମ୍ସ । ଏହାର ଗୋଟିଏ ସପ୍ତାହ ପରେ ସେ ଫେରିବାର ଥିଲା । ହେଲେ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସୁନୀତା ୱିଲୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଫସି ରହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/30/yPFYe1t7mz67q26BoK53.jpg)