ବନ୍ଧୁକ ଦେଖାଇଲେ ମସ୍କ୍ !

ନ୍ୟୁୟର୍କ : ଟୁଇଟରର ନୂଆ ମାଲିକ ଏଲନ ମସ୍କ ଆଜି ଏକ ଅଦ୍ଭୁତ ପ୍ରକାରର ଟୁଇଟ କରିଛନ୍ତି । ସେ ନିଜ ଶଯ୍ୟା ପାଖରେ ରଖାଯାଉଥିବା ଟେବୁଲର ଫଟୋ ସେୟାର କରିଛନ୍ତି । ଏଥିରେ ଦେଖାଯାଉଛି ଯେ ଉକ୍ତ ଟେବୁଲରେ କେତେକ ଡାଏଟ୍ କୋକ୍ କେନ, ଦୁଇଟି ରିଭରବଲ ଓ ଆମେରିକୀୟ ସ୍ବାଧିନତା ସଂଗ୍ରାମ ଦେଖାଉଥିବା ଏକ ପେଣ୍ଟିଂ । ଏହା ସହିତ ସେ ଲେଖିଛନ୍ତି ମାଇଁ ବେଡସାଇଡ୍ ଟେବୁଲ (ମେ ଶଯ୍ୟାକଡ଼ ଟେବୁଲ) ।

ଦୁଇଟି ଯାକ ବନ୍ଧୁକ ମଧ୍ୟରୁ ଗୋଟିଏ ଏକ ପୁରୁଣା ଆଣ୍ଟିକ୍ ବନ୍ଧୁକ ହୋଇଥିବାବେଳେ ଅନ୍ୟଟି ଏକ ଖେଳନା ବନ୍ଧୁକ ପରି ମନେହେଉଛି ।

ମସ୍କ ନିଜେ ଟୁଇଟରରେ ଏହି ଟୁଇଟର ଏକ ରିପ୍ଲାଏ ଦେଇ ଲେଖିଛନ୍ତି ଯେ ବୋଲତର ଘୋଡ଼ଣି ନାହିଁ, ଏଥିପାଇଁ କୌଣସି ବାହାନା କରୁନି ।

ତାଙ୍କର ଏହି ଟୁଇଟ୍ ଆଜି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସେ ଏହି ଟୁଇଟ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ଲାଇକ୍ ଓ ରିଟ୍ବିଟ୍ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଡାଏଟ୍ କୋକ ପିଇବା ସ୍ବାସ୍ଥ୍ୟ ପାଇଁ ହାନୀକାରକ । ଆଉ ଜଣେ ଲେଖିଛନ୍ତି, ଆପଣ ବନ୍ଧୁକ ଅଧିକାରକୁ ସମର୍ଥନ କରୁଛନ୍ତି କି ? ମୁଁ ଭାବୁଥିଲି ଆପଣ ଶାନ୍ତିର ସମର୍ଥକ ବୋଲି ।

ଆଉ ଏକ ଟୁଇଟରେ ମସ୍କ ଲେଖିଛନ୍ତି ଯେ ଗୋଟିଏ ଟୁଇଟ ପାଇଁ ସର୍ବାଧିକ ଅକ୍ଷର ସୀମା ୨୮୦ରୁ ୪୨୦କୁ ବଢାଇବା ଏକ ଭଲ ଆଇଡିଆ ।

 

 

ସମ୍ବନ୍ଧିତ ଖବର