ନୂଅାଦିଲ୍ଲୀ: ମାତ୍ର ୩ ମାସ ମଧ୍ୟରେ ଭାଙ୍ଗିଗଲା ଚୁକ୍ତି। ଏପ୍ରିଲ୍ରେ ହୋଇଥିବା ଟ୍ବିଟର୍ ଓ ଟେସଲାର ସିଇଓ ଏଲନ୍ ମସ୍କଙ୍କ ଚୁକ୍ତିକୁ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ବୋଲି କହିଲେ ଆଦୌ ଭୁଲ୍ ହେବ ନାହିଁ। ଚୁକ୍ତି ଆରମ୍ଭରୁ ହିଁ ଏହି ପ୍ରସଂଗ ଚର୍ଚ୍ଚାରେ ରହି ଆସିଛି। ଆରମ୍ଭରୁ ଟଙ୍କାକୁ ନେଇ ଚୁକ୍ତି ଚର୍ଚ୍ଚାରେ ରହିଥିବା ବେଳେ ପରେ ସିଇଓଙ୍କ ସହ ମତଭେଦକୁ ନେଇ ବି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ଟ୍ବିଟର୍। ଏବେ ଶେଷରେ ଏଲନ୍ ମସ୍କ ଓ ଟ୍ବିଟର୍ ଚୁକ୍ତି ଭାଙ୍ଗିଯାଇଛି।
ଏହି ଚୁକ୍ତି ବା ଡିଲ୍ କ୍ୟାନ୍ସଲ୍କୁ ନେଇ ଅଦାଲତରେ ଏନେଇ ଏକ ଜୋର୍ଦାର୍ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। କାହିଁକି ନା, ଏହି ଚୁକ୍ତିରୁ ପଛକୁ ହଟୁଥିବା ପକ୍ଷ ଅନ୍ୟ ପକ୍ଷକୁ ୧ ବିଲୟନ୍ ଡଲାର ଜରିମାନା ଦେବ ବୋଲି ଦାବି ହୋଇଛି।
ଚଳିତବର୍ଷ ଏପ୍ରିଲ୍ ମାସରେ ଏଲନ୍ ମସ୍କ ଟ୍ବିଟର୍ କିଣିବା ପାଇଁ ଏକ ଚୁକ୍ତି କରିଥିଲେ। ପରେ ସେ ଟ୍ବିଟର ଡିଲ୍ ବାତିଲ କରିପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା। ଟ୍ୱିଟର ଜାଣିଶୁଣି ସ୍ପାମ ଆକାଉଣ୍ଟର ତଥ୍ୟ ଲୁଚାଉଛି ବୋଲି ଅଭିଯୋଗ କରିବା ସହ ମସ୍କ ୪୪ ବିଲିୟନ୍ ଡଲାର୍ ଏହି ଡିଲକୁୁ ବାତିଲ କରିବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମସ୍କଙ୍କୁ ସ୍ପାମ୍ ଏବଂ ନକଲି ଆକାଉଣ୍ଟର ରିପୋର୍ଟ ନଦେଇ ଟ୍ୱିଟର ଚୁକ୍ତିନାମାର ନିୟମକୁ ଉଲ୍ଲଂଘନ କରୁଛି। ଯଦି ଟ୍ବିଟର ରିପୋର୍ଟ ଦାଖଲ କରିବାରେ ବିଫଳ ହୁଏ, ତେବେ ମସ୍କ ଟ୍ବିଟର କିଣିବେ ନାହିଁ ବୋଲି ଗତ ଜୁନ୍ରେ ଏକ ଚିଠି ଲେଖି ଟ୍ବିଟରକୁ ସ୍ପଷ୍ଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/twitter-sixteen_nine.jpg)