ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ସଚଳ କରିବାକୁ ଚାହାନ୍ତି ନୂଆ ମାଲିକ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ବ୍ୟାନ୍‌ ହୋଇ ସାରିଥିବା ବେଳେ ଏହାକୁ ରିଷ୍ଟୋର୍‌(ପୁଣି ଥରେ ଚଳାଇବାକୁ) ଇଚ୍ଛା ପ୍ରକାଶ କରିଛନ୍ତି ଟ୍ବିଟର୍‌ର ନୂଆ ମାଲିକ ଏଲନ୍‌ ମସ୍କ। କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ ‌ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଗତବର୍ଷ ବ୍ୟାନ୍‌ କରି ଦିଆଯାଇଥିଲା।

ଟେସ୍‌ଲାର ସିଇଓ ତଥା ଟ୍ବିଟର୍‌ର ନୂଆ ମାଲିକ ମସ୍କ କହିଛନ୍ତି କି ସେ ଥରେ ଆନୁଷ୍ଠାନିକ ଭାବେ ଟ୍ବିଟର୍‌ ବସ୍‌ ହୋଇଯିବା ପରେ ତାଙ୍କ ପ୍ରଥମ କାମ ହେଉଛି ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ରି‌ଷ୍ଟୋର୍‌ କରିବା। ମାତ୍ର ପୂର୍ବରୁ ଟ୍ରମ୍ପ୍‌ ଥରେ କହିଥିଲେ ଯେ ଟ୍ବିଟର୍‌ ତାଙ୍କ ଆକାଉଣ୍ଟ୍‌କୁ ରିଷ୍ଟୋର୍‌ କଲେ ମଧ୍ୟ ସେ ଆଉ ଟ୍ବିଟର୍‌କୁ ଫେରିବେ ନାହିଁ।

ମସ୍କ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ରିଷ୍ଟୋର୍‌ କରିବାକୁ ଚାହାନ୍ତି ବୋଲି ଏକ ଟ୍ବିଟ୍‌ କରି ଜଣାଇଛନ୍ତି। ଏପରିକି ମସ୍କ ପୂର୍ବରୁ ଏ ସଂପର୍କରେ ନିଜର ମତ ପ୍ରକାଶ କରି କହିଥିଲେ କି ‘ସବୁଦିନ ପାଇଁ କାହାକୁ ବ୍ୟାନ୍‌ କରିଦେବା ଏକ ବିଶ୍ବାସଘାତକ ପରି କାର୍ଯ୍ୟ ହେବ। ଏହା ଏକ ଖରାପ ନିଷ୍ପତ୍ତି। କାହାକୁ ଚୀରକାଳ ପାଇଁ ବ୍ୟାନ୍‌ କରିବା ଖୁବ୍ କମ୍‌ କ୍ଷେତ୍ରରେ ହେବ। ଯଦି କେହି କମ୍ପାନିର ନୀତି ଉଲ୍ଲଂଘନ କରୁଛନ୍ତି ତେବେ କମ୍ପାନି କିଛି ଦିନ ପାଇଁ ସେହି ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ବନ୍ଦ କରିବ। ଏହି କାରଣକୁ ନେଇ କାରଣୁ ସବୁଦିନ ପାଇଁ ଆକାଉଣ୍ଟ୍‌କୁ ବ୍ୟାନ୍‌ କରିଦେବା ଏକ ବୋକାମୀ।’

ସମ୍ବନ୍ଧିତ ଖବର