ୱାସିଂଟନ: ଆଜିର ଡିଜିଟାଲ ଯୁଗରେ ଏଆଇ ଏମିତି ତରଙ୍ଗ ସୃଷ୍ଟି କରୁଛି ଯାହା ଆମେ କେବେ କଳ୍ପନା କରିନଥିଲୁ। ଶିଳ୍ପରେ କାୟାକଳ୍ପ ପରିବର୍ତ୍ତନଠାରୁ ଆରମ୍ଭ କରି ମନୋରଞ୍ଜନକୁ ନୂଆ ରୂପ ଦେବା ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ରମାଗତ ଭାବେ ନୂଆନୂଆ ମାଇଲଖୁଣ୍ଟ ଅତିକ୍ରମ କରୁଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଏକ୍ସରେ ଏଲନ୍ ମସ୍କଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଆକର୍ଷଣୀୟ ଏଆଇ-ଜେନେରେଟେଡ୍ ଭିଡିଓ, ଯେଉଁଥିରେ ବିଶ୍ୱର କିଛି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ଫ୍ୟାସନ ସୋ’ର ପରିକଳ୍ପନା କରାଯାଇଛି। ଏହି ଭିଡିଓରେ ଏଆଇ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ହାଇ ଫ୍ୟାସନ ପୋଷାକ ପିନ୍ଧାଇଦେଇଛି। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ସ୍ଥାନ ପାଇଛନ୍ତି।
ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍ ଉନ୍, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବାରାକ୍ ଓବାମା, ଆପଲ୍ ସିଇଓ ଟିମ୍ କୁକ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମେଟାର ସିଇଓ ମାର୍କ ଜୁକରବର୍ଗ ପ୍ରମୁଖ ଅଛନ୍ତି । ଏପରିକି ମସ୍କ ନିଜେ ଏଆଇ ଫ୍ୟାସନ ସୋ’ରେ ନଜର ଆସିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ‘ଏଆଇ ଫ୍ୟାସନ୍ ସୋ ପାଇଁ ହାଇ ଟାଇମ୍’ ଶୀର୍ଷକ ଥିବା ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହୋଇଥିଲା ଏବଂ ୧୩ ନିୟୁତରୁ ଅଧିକ ଏହାକୁ ଲୋକ ଏହା ଦେଖିସାରିଲେଣି। ମସ୍କଙ୍କ ଦ୍ୱାରା ସେୟାର କରାଯାଇଥିବା ଏଆଇ-ଭିଡିଓ ଉପରେ ଅନେକ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି। ଜଣେ କମେଣ୍ଟ କରି ଲେଖିଛନ୍ତି, ସେମାନଙ୍କ ମଧ୍ୟରୁ ସର୍ବୋତ୍ତମ ହେଉଛନ୍ତି ମୋଦୀ ଏବଂ ଅନ୍ୟ ଜଣେ ଲେଖିଛନ୍ତି, ହ୍ୱିଲଚେୟାରରେ ଥିବା ବାଇଡେନ ପାଗଳ। ନିକଟରେ ବିଶ୍ୱର ପ୍ରଥମ ମିସ୍ ଏଆଇ ପ୍ରତିଯୋଗିତା ପରେ ଏହି ଫ୍ୟାସନ ସେ ହୋଇଛି, ଯେଉଁଥିରେ ଅପ୍ରତ୍ୟାଶିତ କ୍ଷେତ୍ରରେ ଏଆଇର ବଢୁଥିବା ପ୍ରଭାବ ଉପରେ ଆଲୋକପାତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/eb4f6860-ef83-449e-8a3b-ccdb851b8a73.jpeg)