ନୂଆଦିଲ୍ଲୀ: ଅନେକ ଛାତ୍ରଛାତ୍ରୀ ପକେଟ ଖର୍ଚ୍ଚ ବାହାର କରିବା ପାଇଁ ତଥା ଆର୍ଥିକ ଅଭାବ ପାଇଁ ରେସ୍ତୋରାଁରେ ପାର୍ଟ ଟାଇମ୍ କାମ କରି ଥାଆନ୍ତି। ଏହିପରି ଜଣେ ଛାତ୍ରୀ ହେଉଛନ୍ତି ରିଆନ୍ ବ୍ରାଣ୍ଟ। ସେ ଏକ ରେସ୍ତୁରାଁରେ ୱେଟର ଭାବରେ କାମ କରୁଥିଲେ। ଦିନେ ହଠାତ୍ ଜଣେ ଧନୀ ବ୍ୟକ୍ତି ରେସ୍ତୋରାଁକୁ ଆସିଥିଲେ। ଆଉ ରିଆନ ତାଙ୍କୁ ଖାଦ୍ୟ ପରିଷିଥିଲେ। ଏହି ବ୍ୟକ୍ତି ରିଆନଙ୍କ ସେବାରେ ଏତେ ଖୁସି ହୋଇ ଯାଇଥିଲେ ‌କି ସେ ଛାତ୍ରୀଙ୍କୁ ତିନି ଲକ୍ଷ ଟଙ୍କା ଦେଇଥିଲେ।

Advertisment

ତେବେ ଆପଣ ଭାବୁଥାଇ ପାରନ୍ତି କି ରିଆନ୍ ଏତେଗୁଡାଏ ଟଙ୍କା ପାଇ ଖୁସି ହୋଇ ଯାଇଥି‌ବେ। କିନ୍ତୁ ରିଆନଙ୍କୁ ଏହି ଟଙ୍କା ପାଇଁ ଚାକିରି ହରାଇବାକୁ ପଡ଼ିଥିଲା।

ବାସ୍ତବରେ ଯେତେବେଳେ ରିଆନଙ୍କୁ ସାଢ଼େତିନି ଲକ୍ଷ ଟଙ୍କାର ଟିପ୍ସ ମିଳିଥିଲା ରେସ୍ତୋରାଁ ମ୍ୟାନେଜର ତାଙ୍କୁ ସେହି ଟିପ୍ସକୁ ବାକି ୱେଟର୍ସଙ୍କୁ ବାଣ୍ଟିବାକୁ କହିଥିଲେ। ରେସ୍ତୋରାଁର ଏହି ନିଷ୍ପତ୍ତିରେ ରିଆନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ରେସ୍ତୋରାଁ ମ୍ୟାନେଜର କେବେବି କାହାକୁ ଏପରି ଟିପ୍ସ ସେୟାର କରିବାକୁ କହି ନାହାନ୍ତି।

ଯେତେବେଳେ ରିଆନ ସାଢ଼େ ତିନି ଲକ୍ଷ ଟଙ୍କାର ଟିପ୍ସ ପାଇଥିଲେ, ରେସ୍ତୋରାଁ ମ୍ୟାନେଜର ତାଙ୍କୁ ପଲିସି କଥା କହି ଟଙ୍କା ସେୟାର କରିବାକୁ କହିଥିଲେ। ଏହାପରେ ରିଆନ ଏକଥା ଉକ୍ତ ଧନୀ ବ୍ୟକ୍ତିଙ୍କୁ ଜଣାଇ ଦେଇଥିଲେ।

କାରଣ ରିଆନଙ୍କ ସେବା‌ରେ ଖୁସି ହୋଇ, ତାଙ୍କ କାହାଣୀ ଜାଣି ଉକ୍ତ ଧନୀ ବ୍ୟକ୍ତି ଜଣକ ରିଆନଙ୍କୁ ସାଢ଼େତିନି ଲକ୍ଷ ଟଙ୍କାର ଟିପ୍ସ ଦେଇଥିଲେ। ତେବେ ଏହି ଟିପ୍ସ ନେବା ରିଆନଙ୍କୁ ମହଙ୍ଗା ପଡ଼ିଥିଲା। କାରଣ ତାଙ୍କୁ ଏଥିପାଇଁ ଚାକିରି ହରାଇବାକୁ ପଡ଼ିଥିଲା। ଉକ୍ତ ଧନୀ ବ୍ୟକ୍ତିଙ୍କ ସହିତ ରିଆନ ଏହି କଥା ସେୟାର କରିଥିବାରୁ ରେସ୍ତୋରାଁ ମାଲିକ ତାଙ୍କୁ ଚାକିରିରୁ ବାହାର କରି ଦେଇଥି‌ଲେ।

ଏହା ପରେ ୱେଟର୍ସଙ୍କୁ ଟିପ୍ସ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।