ମୁମ୍ବାଇ: ବିଶ୍ୱର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ମହିଳା ଏମାନ ଅହମ୍ମଦ ଆଜି ଭୋରରେ ଆବୁଧାବିର ବର୍ଜିଲ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ହୃଦରୋଗ, କିଡ୍ନିି ଖରାପ ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ଏମାନ ଆଜି ସକାଳ ୪ଟା ୩୫ ମିନିଟରେ ଦେହତ୍ୟାଗ କରିଥିିଲେ।
ସୂଚନାଯୋଗ ଯେ, ଇଜିପ୍ଟର ଏହି ମହିଳାଜଣକ ଶିଶୁବେଳୁ ବିରଳ ଥାଏରଡ଼ ରୋଗରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ଓଜନ ବଢ଼ି ବଢ଼ି ୫ଶହ କିଲୋଗ୍ରାମରେ ପହଞ୍ଚି ଯାଇଥିଲା। ଏଥିପାଇଁ ସେ ଭାରତରେ ଅସ୍ତ୍ରୋପଚାର କରିବା ପରେ ୩ଶହରୁ ଉର୍ଧ୍ୱ ଓଜନ ହ୍ରାସ କରିଥିଲେ। ପରେ ତାଙ୍କର ନିୟମିତ ଚିକିତ୍ସା ପାଇଁ ତାଙ୍କୁ ମେ ମାସ ୪ ତାରିଖ ଦିନ ଆବୁଧାବିର ବର୍ଜିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ବିଶ୍ୱର ସବୁଠାରୁ ଓଜନିଆ ମହିଳା ଏମାନ ଅହମ୍ମଦଙ୍କ ପରଲୋକ
/sambad/media/post_attachments/wp-content/uploads/2017/09/Eman-Ahmed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)