ପାକିସ୍ତାନ କ’ଣ ଯୁଦ୍ଧ ପାଇଁ ଚଳାଇଛି ପ୍ରସ୍ତୁତି? କରାଚିରେ ଜାରି ହେଲା ଜରୁରିକାଳୀନ ପରିସ୍ଥିତି; ଖାଇବର ଓ ପଖତୁନ୍‌ଖାଓ୍ଵାରେ ହାଇଆଲର୍ଟ

ନୂଆଦିଲ୍ଲୀ/ କରାଚି: ପାକିସ୍ତାନର କରାଚିରେ ଆଜି (ଗୁରୁବାର) ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଛି। ଏଥିସହ ଖାଇବର ଓ ପଖତୁନ୍‌ଖାଓ୍ଵା ପ୍ରଦେଶକୁ ହାଇଆଲର୍ଟ ମଧ୍ୟରେ ଜାରି କରାଯାଇଛି। ଏବଂ ସମସ୍ତ ସରକାରୀ ଅଧିକାରମାନଙ୍କର ଛୁଟିକୁ ରଦ୍ଦ କରି ଦେଇଛନ୍ତି। ପାକିସ୍ତାନର ସେନାମୁଖ୍ୟ ଏକ ବୈଠକରେ ପରିସ୍ଥିତିର ସମୀକ୍ଷା କଲାପରେ ତାଙ୍କ ପରାମର୍ଶ ଅନୁଯାୟୀ ପାକିସ୍ତାନ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଜାଣିବାକୁ ମିଳିଛି।

ଅପରପକ୍ଷରେ ଭାରତୀୟ ବାୟୁସେନା ପକ୍ଷରୁ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଏବେ ପାକିସ୍ତାନ ସରକାର ଏବେ ତାଙ୍କ ଦେଶରେ ସମସ୍ତ ଘରୋଇ ଓ ଅନ୍ତର୍ଜାତିକ ବିମାନର ଉଡ଼ାଣକୁ ରଦ୍ଦ କରିଦେଇଛି। ପାକିସ୍ତାନ ପ୍ରାୟ ଅର୍ଦ୍ଧାଧିକ ଅଞ୍ଚଳରେ ସନ୍ଧ୍ୟାପରେ କୌଣସି ପ୍ରକାର ଆଲୋକ ନ ଜାଳିବା ପାଇଁ ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିବା ବେଳେ ଜରୁରିକାଳୀନ ସେବା ଯୋଗାଉଥିବା ସମସ୍ତ ବିଭାଗକୁ ଅହର୍ନିସି ସଜାଗ ରହିବା ପାଇଁ ମଧ୍ୟ ସେନା ନିର୍ଦ୍ଦେଶରେ ନିର୍ଦ୍ଦେଶନାମା ଜରି କରିଛନ୍ତି।


ପାକିସ୍ତାନ ସରକାର ଓ ସେନା ଏପ୍ରସ୍ତୁତି ଦେଖି ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ପାକିସ୍ତାନବାସୀ ଆଶଙ୍କା କରିବା ସହ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର