‘କୃଷକ ଆନ୍ଦୋଳନ ଯୋଗୁଁ ଜରୁରୀ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ’
ଆନ୍ଦୋଳନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀରେ ଜାରି ରଖିଥିବା ଆନ୍ଦୋଳନ ତୁରନ୍ତ ବନ୍ଦ ହେବା ଦରକାର। କରୋନା ମହାମାରୀ ସମୟରେ ଜରୁରୀ ମେଡିକାଲ୍ ସେବାରେ ଏହା ବାଧା ସୃଷ୍ଟି କରୁଛି। ରିସାବ ଶର୍ମା ନାମକ ଦିଲ୍ଲୀ ବାସିନ୍ଦା କୃଷକ ଆନ୍ଦୋଳନକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।
ଶର୍ମା ତାଙ୍କ ଆବେଦନରେ ଦର୍ଶାଇଛନ୍ତି, ପୁଲିସ କୃଷକମାନଙ୍କୁ ବୁରାଡ଼ିରେ ଆନ୍ଦୋଳନ ପାଇଁ ସ୍ଥାନ ଦେଇଥିଲେ ମଧ୍ୟ ସେମାନେ ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କାରଣ ପାଇଁ ଏମର୍ଜେନ୍ସି ସ୍ବାସ୍ଥ୍ୟ ସେବାରେ ବାଧା ଉପୁଜିଛି। ଶର୍ମା ତାଙ୍କ ଆବେଦନରେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ସଂକ୍ରାନ୍ତରେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଗତ ଅକ୍ଟୋବରରେ ଏକ ରାୟ ଶୁଣାଇ କହିଥିଲେ ଯେ, ଆନ୍ଦୋଳନକାରୀ ସର୍ବସାଧାରଣ ସ୍ଥଳକୁ ଆନ୍ଦୋଳନ ପାଇଁ ବ୍ୟବହାର କରିପାରିବେ ନାହିଁ। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ଯୋଗୁଁ କରୋନା ମହମାାରୀ ଗୋଷ୍ଠୀ ସଂକ୍ରମଣର ରୂପ ନିଏ ତେବେ ଏହା ଦେଶରେ ଅତି ଜଟିଳ ସ୍ଥିତି ସୃଷ୍ଟି କରିବ ବୋଲି ଅାବେଦନକାରୀ ଦର୍ଶାଇଛନ୍ତି।