ନୂଆଦିଲ୍ଲୀ : କୌଣସି ଜରୁରୀକାଳିନ ପରିସ୍ଥିତିରେ ଲୋକଙ୍କୁ ୧୦୦ନମ୍ବର ଡାଏଲ କରିବାକୁ କୁହାଯାଇଥାଏ, ଯାହା ପରେ ତାଙ୍କ ପାଖରେ ସହାୟତା ପହଞ୍ଚିଥାଏ । କିନ୍ତୁ ଏବେ ୧୦୦ ନମ୍ବର ପରିବର୍ତ୍ତେ ୧୧୨ ନମ୍ବର ଡାଏଲ କରିବାକୁ ହେବ । ଦିଲ୍ଲୀରେ ତତ୍କାଳ ସହାୟତା ପାଇଁ ଲୋକେ ୧୦୦, ୧୦୧ ଓ ୧୦୨ ନମ୍ବର ଡାଏଲ କରୁଥିବା ବେଳେ ଏବେ ୩ଟି ନମ୍ବରକୁ ହଟାଯାଇ ଗୋଟେ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି । ଦିଲ୍ଲୀ ପୁଲିସ ବୁଧବାର ଜରୁରୀକାଳିନ ନମ୍ବର ୧୧୨କୁ ଲଞ୍ଚ କରିବା ସହ ବୁଧବାରଠାରୁ ହିଁ ଏହାକୁ ଚାଲୁ କରି ଦିଆଯାଇଛି।
/sambad/media/post_attachments/259bd781a35711a173f6a1617b2a47bed5351e76c3aff2da2bf4cf77ecbef1e7.jpg)
ପୂର୍ବରୁ ପୁଲିସକୁ ସଂପର୍କ କରିବା ପାଇଁ ୧୦୦, ଆମ୍ବୁଲାନ୍ସ ପାଇଁ ୧୦୮, ଅଗ୍ନିଶମ ବିଭାଗ ପାଇଁ ୧୦୧ ଓ ମହିଳା ହେଲ୍ପଲାଇନ୍ ଭାବେ ୧୦୯୦ ଡାଏଲ କରିବାକୁ ପଡ଼ୁଥିବା ବେଳେ ଏବେ ଲୋକେ କେବଳ ୧୧୨ନମ୍ବର ଡାଏଲ କରି ସବୁ ସୁବିଧା ପାଇ ପରିବେ । ପୂର୍ବରୁ ଲୋକେ ୧୦୦ ବା ୧୦୧ ନମ୍ବର ଡାଏଲ କରି ଅଭିଯୋଗ କରୁଥିବା ବେଳେ ପୁଲିସ କଣ୍ଟ୍ରୋଲ ରୁମ୍ରେ ଅଭିଯୋଗ ରଖାଯାଉଥିଲା । ପରେ କଣ୍ଟ୍ରୋଲ ରୁମ୍ରୁ ଅଭିଯୋଗ ଆସିଥିବା ଅଞ୍ଚଳରେ ଥିବା ପୁଲିସ ଷ୍ଟେସନକୁ ଏହି ଖବର ଦିଆଯାଉଥିଲା । କିନ୍ତୁ ଏବେ ୧୧୨ ନମ୍ବର ଡାଏଲ କରିବା ମତ୍ରେ ନିଜ ଅଞ୍ଚଳରେ ଥିବା ପୁଲିସ ଷ୍ଟେସନକୁ ସିଧାସଳଖ ଭାବେ ଅଭିଯୋଗ ପହଞ୍ଚିବ ।