ସାନ୍ ଫ୍ରାନ୍ସିସ୍କୋ: ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କ ଲାପଟପ୍ ହଠାତ୍ ଧୂଆଁ ବାହାରିବା ଆରମ୍ଭ କରିବାରୁ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଲାପଟପଟି ବୋମା ଭଳି ବିସ୍ଫୋରଣ ହେବାର ଆଶଙ୍କା କରି ଯାତ୍ରୀମାନେ ତୁରନ୍ତ ଏୟାରଲାଇନ୍ସ ଓ ବିମାନବନ୍ଦର କର୍ମଚାରୀଙ୍କୁ ଏହି ସୂଚନା ଦେଇଥିଲେ। ଏହାପରେ ତରବରିଆ ଭାବେ ଲୋକମାନଙ୍କୁ ବିମାନରୁ ଖାଲି କରାଯାଇଥିଲା । ବିମାନଟି ସାନ୍ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମିଆମି ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଉଥିଲା ।
କୁହାଯାଉଛି ଯେ ଆମେରିକୀୟ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କ ବ୍ୟାଗରେ ରଖାଯାଇଥିବା ଲାପଟପ୍ରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଯୋଗୁଁ ଅନେକ ଯାତ୍ରୀ ଛିଙ୍କିବା ଓ କାଶ କରିବା ଆରମ୍ଭ କରିଥିଲେ। ଲାପଟପ୍ ବ୍ୟାଟେରୀ ବୋମା ଭଳି ଫୁଟିବାର ଆଶଙ୍କା କରି ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ବିମାନରୁ ଡେଇଁବାକୁ ଚାହୁଁଥିଲେ। ଏଭଳି ସ୍ଥିତିରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନକୁ ଖାଲି କରିଥିଲେ। ବିମାନରୁ ଓହ୍ଲାଇବା ସମୟରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସତର୍କତା ଅବଲମ୍ବନ କରିବା ସହ ଜରୁରୀକାଳୀନ 'ସ୍ଲାଇଡ୍' ଓ 'ଜେଟ୍ ବ୍ରିଜ୍' ଜରିଆରେ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଧୀରେ ଧୀରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/GSUO8uqWgAA6NKg.jpg)