ନୂଆଦିଲ୍ଲୀ: ବିହାରର ପାଟନା ବିମାନ ବନ୍ଦରରେ ଏକ ଯାତ୍ରୀ ବିମାନର ଗତକାଲି ଜରୁରୀ ଅବତରଣ କରାଯାଇଥିଲା। ଏହି ବିମାନ ପଶ୍ଚିମ ବଂଗର ବାଗଡୋଗରାରୁ ମୁମ୍ବାଇ ଯାଉଥିଲା। ବିମାନରେ ଯାଉଥିବା ଓଡ଼ିଶାର ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା ଏବଂ ତାଙ୍କୁ ହୃଦଘାତ ହେବାରୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ ୩୧୭୫ରେ ଯାତ୍ରା କରୁଥିବା ଓଡ଼ିଶାର ଅମରଜିତ ତ୍ରିପାଠୀଙ୍କୁ ହୃଦଘାତ ହେବାରୁ ତାଙ୍କ ଜୀବନ ରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ପାଟନା ଏୟାରପୋର୍ଟରେ ପୂର୍ବରୁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସରେ ତ୍ରିପାଠୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଏବଂ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଅବତରଣର ୧ ଘଣ୍ଟା ପରେ ପୁଣି ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା।
ମଝି ଆକାଶରେ ହୃଦ୍ଘାତ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
/sambad/media/post_attachments/wp-content/uploads/2018/09/Indigo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)