କୋଲକାତା: କୋଲକାତା ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏ ସମ୍ପର୍କରେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। 

Advertisment

ଶୁକ୍ରବାର ରାତିରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା ।

ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ର ଜଣେ ମୁଖପାତ୍ର ଶନିବାର କହିଛନ୍ତି ଯେ, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାତି ୧୦ଟା ୩୬ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନର ୬ଇ୦୫୭୩ର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାତି ୧୦ଟା ୫୩ରେ ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ବିମାନରେ କୌଣସି ଅଗ୍ନିକାଣ୍ଡ କିମ୍ବା ସ୍ପାର୍କ୍ ଘଟଣା ଘଟିନଥିଲା । ପୂର୍ବାହ୍ନ ୧୦ଟା ୩୯ରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ରାତି ୧୧ଟା ୮ମିନିଟରେ ପ୍ରତ୍ୟାହାର କରାଯାଇଥିଲା। ସୁରକ୍ଷା ପର୍ଯ୍ୟବେକ୍ଷଣ ପରେ ବିମାନବନ୍ଦରର ଉଭୟ ରନଓ୍ବେକୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ହସ୍ତାନ୍ତର କରାଯାଇଥିଲା ।

ଆହୁରି ପଢନ୍ତୁ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ଆକ୍ରମଣ ଉଦ୍ୟମ

ଆହୁରି ପଢନ୍ତୁ : କେରଳରେ ଆରଏସଏସର ସମନ୍ବୟ ବୈଠକ, ଉଠିପାରେ ପଶ୍ଚିମବଙ୍ଗ, ବାଂଲାଦେଶ ପ୍ରସଙ୍ଗ

ଗତ ସପ୍ତାହରେ ୧୩୫ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ବିମାନକୁ ବୋମା ଧମକ ମିଳିବା ପରେ ଏପରି ପଦକ୍ଷେପ ନିଆଯାଇଥିଲା । ଏହା ପରେ ସଂପୂର୍ଣ୍ଣ ବିମାନବନ୍ଦରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା ।

ଆହୁରି ପଢନ୍ତୁ : ଭାରତକୁ ଧମକ ଦେଲେ ବାଂଲାଦେଶୀ ନେତା

ଆହୁରି ପଢନ୍ତୁ : ଖୁବ ଶୀଘ୍ର ଦେଖିବାକୁ ପାଇବେ ଆଣ୍ଡ୍ରଏଡ଼ ସକ୍ଷମ ଏଟିଏମ