ପାଟଣା: ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ । ବିହାର ପାଟଣାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ । ମଝି ଆକାଶରେ ପକ୍ଷୀ ସହ ମାଡ଼ ହେବାରୁ ବିମାନର ଜରୁରୀ ଅବତରଣ କରାଗଲା । ଇଣ୍ଡିଗୋର ବିମାନ ନଂ ୬୫୦୦୯ ସହ ପକ୍ଷୀ ମାଡ଼ ହେବାରୁ ପାଟଣା ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଛି ।
ତେବେ ବିମାନରେ ୧୬୯ ଜଣ ଯାତ୍ରୀ ଥିଲେ । ବିମାନ ଉଠୁ ଉଠୁ ପକ୍ଷୀ ମାଡ ହେବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଥିଲା । ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇବାକୁ ବ୍ୟବସ୍ଥା କରାଯାଉଛି ।
ସେପଟେ ଆଉ ଦିନ କେଇଟା ପରେ ମାନେ ଆଉ ମାତ୍ର ୩ ଦିନ ପରେ ଅହମଦାବାଦ ବିମାନ ଦୁର୍ଘଟଣାକୁ ମାସେ ପୂରିବ । ଜୁନ ୧୨ ତାରିଖରେ ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଏୟାର ଇଣ୍ଡିଆ ବିମାନରେ ଥିବା ୧୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା କେବଳ ଜଣେ ହିଁ ଯାତ୍ରୀ ବର୍ତ୍ତି ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/09/landing-2025-07-09-13-17-33.jpg)