ପାଟନା: ୧୮୫ ଯାତ୍ରୀଙ୍କୁ ନେଇ ଯାଉଥିବା ପାଟନାରୁ ଦିଲ୍ଲୀଗାମୀ ଏକ ସ୍ପାଇସ୍ ଜେଟ୍ ବିମାନକୁ ଇଂଜିନରେ ନିଆଁ ଲାଗିବାରୁ ଉଡ଼ାଣ ଆରମ୍ଭ କରିବା ପରେ ପରେ ସେହି ପାଟନା ବିମାନ ବନ୍ଦରରେ ହିଁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ବିମାନର ବାମ ଇଂଜିନରୁ ଅଗ୍ନିସ୍ଫୁଲିଙ୍ଗ ବାହାରୁଥିବା ସ୍ଥାନୀୟ ଲୋକମାନେ ଉତ୍ତୋଳନ କରିଥିବା ଭିଡିଓରୁ ଦେଖିବାକୁ ମିଳୁଛି। ସମସ୍ତ ଯାତ୍ରୀ ନିରାପଦରେ ଅବତରଣ କରିଛନ୍ତି ଏବଂ କାହାରି କିଛି କ୍ଷତି ହୋଇ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏର ସୂଚନା ଅନୁଯାୟୀ, ଉଡ଼ାଣ ଆରମ୍ଭ ସମୟରେ ଇଂଜିନ ଦେହରେ କୌଣସି ଚଢ଼େଇ ମାଡ଼ ହୋଇଥିବା ପାଇଲଟମାନେ ସନ୍ଦେହ କରୁଛନ୍ତି। ତିନୋଟି ବ୍ଲେଡ୍ ନଷ୍ଟ ହୋଇଯାଇଛି। ଇଂଜିନ ଓ ଡେଣାରୁ ନିଆଁ ଓ ଧୂଆଁ ବାହାରୁଥିଲା। କିନ୍ତୁ କକ୍ପିଟ୍ରେ କୌଣସି ସୂଚନା ନ ଥିଲା। ଇଂଜିନରେ ନିଆଁ ଲାଗିବା ଜଣାପଡ଼ିବା ପରେ ଜରୁରୀ ଅବତରଣ କରିବାକୁ ପଡ଼ିଲା ବୋଲି ମୁଖ୍ୟ ବିମାନ ଅପରେଟର କ୍ୟାପ୍ଟେନ ଗୁରଚରଣ ଆରୋରା କହିଛନ୍ତି। ସ୍ପାଇସ୍ଜେଟ୍ ତରଫରୁ ଯାତ୍ରୀମାନଙ୍କ ଲାଗି ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା।
ଇଂଜିନରେ ନିଆଁ ଲାଗିବାରୁ ପାଟନା-ଦିଲ୍ଲୀ ସ୍ପାଇସ୍ ଜେଟ୍ର ଜରୁରୀ ଅବତରଣ
/sambad/media/post_attachments/wp-content/uploads/2022/06/spice-jet-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)