ପକ୍ଷୀ ଆଘାତ ପରେ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଲେହ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍‌ ମଧ୍ୟରେ ଆକାଶ ମାର୍ଗରେ ପକ୍ଷୀ ଆଘାତ ଯୋଗୁଁ ପୁଣି ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ସ୍ପାଇସ୍‌ ଜେଟ୍‌ କମ୍ପାନୀର ମୁଖପାତ୍ର ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସକାଳ ୧୦ଟା ୨୯ ମିନିଟ୍‌ରେ ଏସ୍‌ଜି୧୨୩ ନଂ ବିମାନଟି ଦିଲ୍ଳୀ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଆକାଶକୁ ଉଠିବାର କିଛି ମିନିଟ୍‌ ମଧ୍ୟରେ ବିମାନର ୨ ନମ୍ବର ଇଂଜିନ୍‌କୁ ଏକ ପକ୍ଷୀ ଧକ୍କା ଦେଇଥିଲା। ଫଳରେ ବିମାନ ଚାଳକ ବିମାନକୁ ନିୟନ୍ତ୍ରଣ କରି ପ୍ରାୟ ୧୧ଟା ବେଳେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ। ଅପରପକ୍ଷରେ, ଏହି ଘଟଣା ପରେ, ମଧ୍ୟାହ୍‌ଣ ୧୨ଟା ୨୦ରେ ଲେହରୁ ଦିଲ୍ଲୀ ଆସିବାକୁ ଥିବା ସ୍ପାଇସ୍‌ ଜେଟ୍‌ ବିମାନର ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଯାତ୍ରା ସ୍ଥଗିତ ପରେ ଲେହରେ ଅପେକ୍ଷା କରିଥିବା ଯାତ୍ରୀ ଓ ବିମାନର କର୍ମଚାରୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଛି।

ସମ୍ବନ୍ଧିତ ଖବର