ବେଙ୍ଗାଲୁରୁରେ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିବାର ପ୍ରାୟ ୧୦ ମିନିଟ ମଧ୍ୟରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ବୈଷୟିକ ତ୍ରୁଟି ପାଇଁ ପାଇଲଟ ବିମାନଟିକୁ କେମ୍ପାଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଛନ୍ତି। ଏୟାର ଏସିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିମାନଟି ପୂର୍ବାହ୍ନ ୬ଟା ୫୦ରେ ଉଡ଼ାଣ ଆରମ୍ଭ କରିଥିଲା। ଲକ୍ଷ୍ନୌରେ ବିମାନଟି ୯ଟାରେ ପହଞ୍ଚିବାର ଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ନିରାପଦ ଅଛନ୍ତି।

ସମ୍ବନ୍ଧିତ ଖବର