ବାଡ଼ମେର: ଆଜି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ୯୨୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସଟ୍ଟା-ଗନ୍ଧବ ରାସ୍ତାରେ ଭାରତୀୟ ବାୟୁସେନା ବିମାନ ଲାଗି ଏକ ଜରୁରୀକାଳୀନ ଅବତରଣ ‘ଷ୍ଟ୍ରିପ୍’ ଉଦ୍ଘାଟିତ ହୋଇଯାଇଛି।
ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ‘ସିଡିଏସ୍’ ବିପିନ ରାୱତ୍ଙ୍କୁ ନେଇ ବାୟୁସେନାର ଏକ ‘ହର୍କ୍ୟୁଲିଜ୍ ସି-୧୩୦ଜେ’ ବିମାନ ଆଜି ଜାତୀୟ ରାଜପଥରେ ଜରୁରୀକାଳୀନ ‘ମକ୍’ ଅବତରଣ କରିଥିଲା। ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ପାଇଁ ‘ଏନ୍ଏଚ୍-୯୨୫’ ହେଉଛି ଭାରତର ପ୍ରଥମ ଜାତୀୟ ରାଜପଥ।
Image Courtesy of India TV Newsଏହା ବ୍ୟତିରେକେ, ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ‘ଏନ୍ଏଚ୍-୨୯୫’ର ଏହି ‘ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ୍ ଫେସିଲିଟି’ରେ ‘ସୁଖୋଇ-୩୦ଏମ୍କେଆଇ’ ଲଢୁଆ ବିମାନ, ’୩୨ ସାମରିକ ପରିବହନ ବିମାନ’ ଏବଂ ‘ଏମ୍ଆଇ-୧୭ଭି୫ ହେଲିକପ୍ଟର୍’ ସମେତ ଏକାଧିକ ବିମାନର ଉଡ଼ାଣ ଓ ଅବତରଣ ଦୃଶ୍ୟ ଦେଖିଲେ।
Image Courtesy of Zee Newsସୂଚନାଯୋଗ୍ୟ, ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ନିମନ୍ତେ ‘ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ’ ୯୨୫ ନମ୍ବର ରାଜପଥର ସଟ୍ଟା-ଗନ୍ଦଭ ଅଞ୍ଚଳରେ ୩ କିଲୋମିଟର୍ ବ୍ୟାପୀ ଏକ ‘ଷ୍ଟ୍ରିପ୍’ ନିର୍ମାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Air-Force-Jet-Emergency-Landing-Strip-Inaugurated_Thumbnail-1.jpg)