ରାଜନାଥ ସିଂହ ଓ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ବାଡ଼ମେର ଜାତୀୟ ରାଜପଥରେ ବାୟୁସେନା ବିମାନର ଜରୁରୀ ଅବତରଣ ‘ଷ୍ଟ୍ରିପ୍‌’ ଉଦ୍‌ଘାଟିତ

ବାଡ଼ମେର: ଆଜି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ୯୨୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସଟ୍ଟା-ଗନ୍ଧବ ରାସ୍ତାରେ ଭାରତୀୟ ବାୟୁସେନା ବିମାନ ଲାଗି ଏକ ଜରୁରୀକାଳୀନ ଅବତରଣ ‘ଷ୍ଟ୍ରିପ୍‌’ ଉଦ୍‌ଘାଟିତ ହୋଇଯାଇଛି।

ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ‘ସିଡିଏସ୍‌’ ବିପିନ ରାୱତ୍‌ଙ୍କୁ ନେଇ ବାୟୁସେନାର ଏକ ‘ହର୍କ୍ୟୁଲିଜ୍‌ ସି-୧୩୦ଜେ’ ବିମାନ ଆଜି ଜାତୀୟ ରାଜପଥରେ ଜରୁରୀକାଳୀନ ‘ମକ୍‌’ ଅବତରଣ କରିଥିଲା। ଭାରତୀୟ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ପାଇଁ ‘ଏନ୍‌ଏଚ୍‌-୯୨୫’ ହେଉଛି ଭାରତର ପ୍ରଥମ ଜାତୀୟ ରାଜପଥ।

Image Courtesy of India TV News

ଏହା ବ୍ୟତିରେକ‌େ, ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ‘ଏନ୍‌ଏଚ୍‌-୨୯୫’ର ଏହି ‘ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ୍‌ ଫେସିଲିଟି’ରେ ‘ସୁଖୋଇ-୩୦ଏମ୍‌କେଆଇ’ ଲଢୁଆ ବିମାନ, ’୩୨ ସାମରିକ ପରିବହନ ବିମାନ’ ଏବଂ ‘ଏମ୍‌ଆଇ-୧୭ଭି୫ ହେଲିକପ୍ଟର୍‌’ ସମେତ ଏକାଧିକ ବିମାନର ଉଡ଼ାଣ ଓ ଅବତରଣ ଦୃଶ୍ୟ ଦେଖିଲେ।

Image Courtesy of Zee News

ସୂଚନାଯୋଗ୍ୟ, ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ନିମନ୍ତେ ‘ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ’ ୯୨୫ ନମ୍ବର ରାଜପଥର ସଟ୍ଟା-ଗନ୍ଦଭ ଅଞ୍ଚଳରେ ୩ କିଲୋମିଟର୍ ବ୍ୟାପୀ ଏକ ‘ଷ୍ଟ୍ରିପ୍‌’ ନିର୍ମାଣ କରିଛି।

ସମ୍ବନ୍ଧିତ ଖବର