ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଦିନ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର 'ଏମର୍ଜେନ୍ସି'କୁ ତୁରନ୍ତ ସାର୍ଟିଫିକେଟ୍ ଦେବାକୁ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ମନା କରିଦେଇଛନ୍ତି। ଏହାସହିତ ଅଦାଲତ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ସିନେମାକୁ ନେଇ ହୋଇଥିବା ଆପତ୍ତି ଉପରେ ନିଷ୍ପତ୍ତି ନେବାକୁ ସଂସ୍ଥାକୁ କହିଛନ୍ତି।
‘ଏମର୍ଜେନ୍ସି’ ଚଳଚ୍ଚିତ୍ରର ସହ-ନିର୍ମାତା ଜି ଷ୍ଟୁଡିଓ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଦୁଇ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ 'ଏମର୍ଜେନ୍ସି'ର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ନିଜେ କଙ୍ଗନା।
ଏହି ସିନେମାଟି ସେପ୍ଟେମ୍ବର ୬ ତାରିଖରେ ରିଲିଜ୍ ହେବାକୁ ଥିଲା। ମାତ୍ର ଶିଖ ସଂଗଠନଗୁଡ଼ିକ ଫିଲ୍ମରେ ଶିଖଙ୍କ ଚିତ୍ରଣ ଏବଂ ଐତିହାସିକ ତଥ୍ୟର ସଠିକତାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/uaUeFyDTj7MbJB6XaV2S.jpg)