କୋଭିଡ୍‌-୧୯ ମହାମାରୀ ପ୍ରଭାବ: ଋଣକିସ୍ତି ଆଦାୟକୁ ୨ ମାସ ପାଇଁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଋଣକିସ୍ତି (ଇଏମ୍‌ଆଇ) ପ୍ରଦାନକୁ ଆଜି ଆସନ୍ତା ୨ମାସ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ।
ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକାଧିକ ମାମଲାକୁ ଏକତ୍ର କରି ଶୁଣାଣି କରିବା ଅବସରରେ ଋଣକିସ୍ତି ବା ଇଏମ୍‌ଆଇ ପୈଠକୁ ଆସନ୍ତା ୨ ମାସ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ଶୁଣାଣିକୁ ସେପ୍ଟେଟର ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖଛନ୍ତି। ଏଥିସହ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଏସଂକ୍ରାନ୍ତରେ ସେପ୍ଟେମ୍ବର ୨୮ ମଧ୍ୟରେ ଏକ ଠୋସ୍‌ ନିଷ୍ପତ୍ତି ନେବାକୁ କହିଛନ୍ତି। ଏହି ସମୟରେ, ବ୍ୟାଙ୍କଗୁଡିକ ଦୁଇମାସ ପର୍ଯ୍ୟନ୍ତ ଇଏମ୍‌ଆଇ କିସ୍ତି ଭରଣା କରୁ ନଥିବା ଋଣଗ୍ରହୀତାମାନଙ୍କୁ ଋଣ ଖିଲାପୀ ଭାବରେ ଏବଂ ସେମାନଙ୍କର ଋଣ ଆକାଉଣ୍ଟକୁ ଏନ୍‌ପିଏ ଭାବେ ଘୋଷଣା ନକରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ସୁବିଧା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଥିଲା।

RepublicIndia

ମାର୍ଚ୍ଚ ୨୭ରେ ଆରବିଆଇ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ (ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍‌ସ ବ୍ୟାଙ୍କ ଏବଂ ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ ସମେତ), ସମବାୟ ବ୍ୟାଙ୍କ, ସର୍ବ-ଭାରତ ଆର୍ଥିକ ପ୍ରତିଷ୍ଠାନ, ହାଉସିଂ ଫାଇନାନ୍‌ସ କମ୍ପାନି ଏବଂ ମାଇକ୍ରୋ ଫାଇନାନ୍‌ସ ପ୍ରତିଷ୍ଠାନ ଗୁଡ଼ିକୁ ମାର୍ଚ୍ଚ ୧, ୨୦୨୦ ପର୍ଯ୍ୟନ୍ତ ବକେୟା ଥିବା ସମସ୍ତ ଋଣକିସ୍ତି ଆଦାୟ ଉପରେ ୩ ମାସର ମୋରାଟରିୟମ୍‌ ପ୍ରଦାନ କରିଥିଲା। ପରେ ଏହାକୁ ଆହୁରି ୩ମାସ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜି ଏହାକୁ ଆଉ ୨ ମାସ ପାଇଁ ବୃଦ୍ଧି କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ସମ୍ବନ୍ଧିତ ଖବର