ପ୍ରଖ୍ୟାତ ବୈଜ୍ଞାନିକ ଶ୍ରୀନିବାସାଚାରୀ ରାଜପ୍ପାଙ୍କ ପରଲୋକ

ପୁଣେ : ପ୍ରଖ୍ୟାତ ବୈଜ୍ଞାନିକ ତଥା ସିଏସ୍‌ଆଇଆର୍‌-ଏନ୍‌ସିଏଲ୍‌ ସିନ୍ଥେସିସ୍ ବିଭାଗର ପୂର୍ବତନ ମୁଖ୍ୟ ଡ. ଶ୍ରୀନିବାସାଚାରୀ ରାଜପ୍ପାଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ରାଜପ୍ପା ୧୯୫୮ ମସିହାରେ ମାଡ୍ରାସ୍ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ପିଏଚଡି ଲାଭ କରିଥିଲେ। ଏହା ପରେ ସେ ମୁମ୍ବାଇ ଯାଇ ସିବିଏ ରିସର୍ଚ୍ଚ ସେଣ୍ଟରରେ କାମ କରିଥିଲେ। ୧୯୮୭ରେ ପୁଣେର ସିଏସ୍‌ଆଇଆର୍‌-ନ୍ୟାସନାଲ କେମିକାଲ୍ ଲାବୋରେଟୋରୀରେ ସେ ଅର୍ଗାନିକ୍ ସିନ୍ଥେସିସ୍ ବିଭାଗ ମୁଖ୍ୟ ହୋଇଥିଲେ। ପରିବେଶ ପ୍ରଦୂଷଣକୁ ନେଇ ରାଜପ୍ପା ​​ଗଭୀର ଭାବରେ ଚିନ୍ତିତ ଥିଲେ। ଶିଳ୍ପ ପ୍ରଦୂଷଣ ରେକିବା ପାଇଁ ସେ ଅହରହ ପ୍ରୟାସ କରୁଥିଲେ।

ସମ୍ବନ୍ଧିତ ଖବର