ଦୁବାଇ: ଦୁବାଇ ସ୍ୱାସ୍ଥ୍ୟ ପ୍ରାଧିକରଣ (ଡିଏଚଏ) ସହିତ ସମନ୍ୱୟରେ ଏମିରେଟ୍ସ ନିଜ ଯାତ୍ରୀମାନଙ୍କ ପାଇଁ ଅନ-ସାଇଟ କୋଭିଡ-୧୯ ପରୀକ୍ଷା ସୁବିଧା ଆଣିଛି | ଏହି ସୁବିଧା ଆଜିଠାରୁ ଏମିରେଟ୍ସ ବିମାନ କମ୍ପାନି ଆରମ୍ଭ କରିଥିବା ଜଣା ପଡିଛି | ଆଜି ଟ୍ୟୁନିସିଆ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନେ ଦୁବାଇରୁ ଯିବା ପୂର୍ବରୁ ସେମାନଙ୍କର କୋଭିଡ-୧୯ ପାଇଁ ପରୀକ୍ଷା କରାଯାଇଥିଲା | ଯାତ୍ରୀମାନଙ୍କ ପାଇଁ ଦ୍ରୁତ କୋଭିଡ-୧୯ ପରୀକ୍ଷଣ କରିବାରେ ଏମିରେଟ୍ସ ପ୍ରଥମ ବିମାନ ସେବା କଂପାନି ପାଲଟିଥିବା ଜଣା ପଡିଛି |
ସୂଚନା ମୁତାବକ, ଦ୍ରୁତ ରକ୍ତ ପରୀକ୍ଷା ଡିଏଚଏ ଦ୍ୱାରା କରାଯାଇଥିଲା ଏବଂ ଫଳାଫଳ ୧୦ମିନିଟ୍ ମଧ୍ୟରେ ଉପଲବ୍ଧ ହୋଇଥିଲା | ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩ରେ ଥିବା ଗ୍ରୁପ ଚେକ୍ ଇନରେ ଏହି ପରୀକ୍ଷା ସୁବିଧାଜନକ ଭାବରେ କରାଯାଇଥିଲା | ଏମିରେଟ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଡେଲ ଅଲ୍ ରେଡା କହିଛନ୍ତି, ପରୀକ୍ଷା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି ଏବଂ ଆମେ ଏହି ସୁବିଧା ପାଇଁ ଦୁବାଇ ସ୍ୱାସ୍ଥ୍ୟ ପ୍ରାଧିକରଣକୁ ସେମାନଙ୍କର ପଦକ୍ଷେପ ଏବଂ ଅଭିନବ ସମାଧାନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଦୁବାଇ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇନଥାନ୍ତା। ଭବିଷ୍ୟତରେ ପରୀକ୍ଷଣ କ୍ଷମତାକୁ ବଢାଇବା ସହ ଏହାକୁ ଅନ୍ୟ ବିମାନରେ ଉପଲବ୍ଧ କରିବା ଯୋଜନା ଉପରେ ଆମେ କାର୍ଯ୍ୟ କରୁଛୁ | ଏହା ଆମକୁ ଅନ-ସାଇଟ୍ ପରୀକ୍ଷା କରିବାକୁ ସକ୍ଷମ କରିବ ଏବଂ କୋଭିଡ-୧୯ ପରୀକ୍ଷା ପ୍ରମାଣପତ୍ର ଆବଶ୍ୟକ କରୁଥିବା ଦେଶକୁ ଯାତ୍ରା କରୁଥିବା ଏମିରେଟ୍ସ ଯାତ୍ରୀମାନଙ୍କ ପାଇଁ ତୁରନ୍ତ ନିଶ୍ଚିତକରଣ ପ୍ରଦାନ କରିବ |
ଡିଏଚଏର ମହାନିର୍ଦ୍ଦେଶକ ହେ ହୁମାଇଡ ଅଲ କୁଟାମି କହିଛନ୍ତି: “ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦରରେ ଦ୍ରୁତ କୋଭିଡ-୧୯ ପରୀକ୍ଷଣର ସଫଳ ରୂପାୟନ ପାଇଁ ଆମେ ଏମିରେଟ୍ସ ସହିତ କାମ କରି ଖୁସି। କୋଭିଡ-୧୯ର ମୁକାବିଲା ପାଇଁ, ଆମେ ବିଭିନ୍ନ ସରକାରୀ ସଂଗଠନ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସଂଗଠନ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଛୁ ଏବଂ ସର୍ବଶେଷ ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଜନସ୍ୱାସ୍ଥ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପର୍ଯ୍ୟନ୍ତ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ କାର୍ଯ୍ୟକାରୀ କରିଛୁ | ଆମେ ଦୃଢ ଭାବରେ ବିଶ୍ୱାସ କରୁ ଯେ, ସବୁଠାରୁ ପ୍ରଭାବଶାଳୀ ସମାଧାନ ଅନ୍ୟ ସରକାରୀ ଏବଂ ବେସରକାରୀ ସଂସ୍ଥା ସହିତ ଘନିଷ୍ଠ ସହଭାଗିତା ଆବଶ୍ୟକ କରେ। ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-28.jpg)