ଚାକିରିରୁ ଛଟେଇ ପରେ ରାଗରେ ଭାଙ୍ଗିଦେଲେ ୪୪ କୋଟି ଟଙ୍କାର ନୂଆ କାର
ମାଦ୍ରୀଦ: ଚାକିରିରୁ ଛଟେଇ ପରେ କ୍ରେନ ଲଗାଇ ଭାଙ୍ଗିଦେଲେ ୪୪ କୋଟି ଟଙ୍କାର ନୂଆ କାର | ପ୍ରସିଦ୍ଧ ଅଟୋମୋବାଇଲ ନିର୍ମାତା ମର୍ସିଡିଜ କଂପାନୀର ଜଣେ ପ୍ରାକ୍ତନ କର୍ମଚାରୀ ଏଭଳି କିଛି କାନ୍ଦ ଘଟାଇଛନ୍ତି |ମିଳିଥିବା ସୂଚନା ମୁତାବକ ସ୍ପେନର ଭିଟୋରିଆରେ ଥିବା ମର୍ସିଡିଜ୍ ପ୍ଲାଣ୍ଟ ଏହାର ଜଣେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିଲା | ଏହା ପରେ କର୍ମଚାରୀ ଜଣକ ଏତେ ଉତକ୍ଷିପ୍ତ ହୋଇପଡିଥିଲେ ଯେ କ୍ରେନ ଲଗାଇ ଏକାଧିକ ନୂଆ କାରକୁ ନଷ୍ଟ କରିଦେଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୮ ବର୍ଷ ବୟସ୍କ ବ୍ୟକ୍ତି ଏକ କ୍ରେନ ମାଧ୍ୟମରେ ୫୦ ଟି ନୂଆ କାରକୁ ନଷ୍ଟ କରିଦେଇଛନ୍ତି। ସୂଚନା ମୁତାବକ କମ୍ପାନୀର ଏହି ପୂର୍ବତନ କର୍ମଚାରୀ ପ୍ଲାଣ୍ଟରେ ୬ ମିଲିୟନ୍ ଡଲାରର କ୍ଷତି କରିଛନ୍ତି। ଚାକିରିରୁ ଛଟେଇ ହେବା ପରେ ଡିସେମ୍ବର ୩୧ ରାତିରେ ବ୍ୟକ୍ତି ଚୁପଚାପ ପ୍ଲାଣ୍ଟରେ ନୂଆ ଗାଡି ରଖାଯାଇଥିବା ପାର୍କିଙ୍ଗକୁ ଯାଇ ଏକ କ୍ରେନ ମାଧ୍ୟମରେ ଗାଡ଼ିଗୁଡ଼ିକୁ ନଷ୍ଟ କରିଦେଇଥିଲେ |
ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ଲାଣ୍ଟର ସୁରକ୍ଷା କର୍ମୀ ସନ୍ଦିଗ୍ଧଙ୍କୁ ଅଟକାଇବା ସହ ପୁଲିସର ଜିମା ଦେଇଥିଲେ | ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରୁଛି।