ନୂଆଦିଲ୍ଲୀ: ନିଜର ଆବଶ୍ୟକତା ପୂରା କରିବାକୁ ଚାକିରି ସମସ୍ତଙ୍କର ଆବଶ୍ୟକ। କିନ୍ତୁ ବେଳେବେଳେ ଚାକିରିର ପରିସ୍ଥିତି ଏତେ ଖରାପ ହେବାକୁ ଲାଗେ ଯେ ଏଥିରେ ରହିବା କଷ୍ଟକର ହୋଇଯାଏ ଏବଂ ଛାଡିବା ଠିକ୍ ଲାଗେ।
ନିକଟରେ ଜଣେ ରେଡ୍ଡିଟ୍ ଉପଭୋକ୍ତା ଚାକିରି ଛାଡିବା ପାଇଁ ଏକ ପଦ୍ଧତି ଗ୍ରହଣ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜାଣିବାକୁ ମିଳିଛି ଯେ ବସ୍ ତାଙ୍କୁ ଦୁର୍ବ୍ୟବହାର କରିବାରୁ, ବ୍ୟକ୍ତି ଜଣକ ଚାକିରି ଛାଡ଼ି ସୋସିଆଲ ମିଡିଆରେ ମେଲର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯାହାକୁ ଦେଖି କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଉଚିତ ନିଷ୍ପତ୍ତି ବୋଲି କହିଛନ୍ତି।
ରେଡ୍ଡିଟ୍ ଉପଭୋକ୍ତା ଜଣକ ସୋସିଆଲ୍ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବସ୍ ତାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରୁଛନ୍ତି, ତେଣୁ ସେ ଏହାକୁ ଆଉ ସହ୍ୟ କରି ପାରିବେ ନାହିଁ। ଯେତେବେଳେ ତାଙ୍କ ମାଲିକ ତାଙ୍କୁ ପୁଣି ଥରେ ଦୁର୍ବ୍ୟବହାର କଲେ, ସେ ନିୟନ୍ତ୍ରଣ ହରାଇ ଚାକିରି ଛାଡିବାକୁ ସ୍ଥିର କଲେ। ବ୍ୟକ୍ତି ଜଣକ ରେଡ୍ଡିଟରେ ମେଲର ସ୍କ୍ରିନସଟ୍ ସେୟାର କରି ‘ମୁଁ ମୋର ଚାକିରି ଛାଡୁଛି’ ବୋଲି ଲେଖିଛନ୍ତି। ଜାଣିବାକୁ ମିଳିଛି ବସ୍ ତାଙ୍କ ପ୍ରତି ଅବଶବ୍ଦ ପ୍ରୟୋଗ କରିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ରେଡ୍ଡିଟ୍ ପୋଷ୍ଟକୁ ଗୋଟିଏ ଦିନ ପୂର୍ବରୁ ସେୟାର କରାଯାଇଛି। ସେଠାରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି।