ମାଲିକ ହେବ ତ ଏମିତି: ସବୁ କର୍ମଚାରୀଙ୍କୁ କରିଦେଲେ କୋଟିପତି

ନୂଆଦିଲ୍ଲୀ: ନିଜ ପାଇଁ ନୁହେଁ, ବରଂ ନିଜ କର୍ମଚାରୀଙ୍କ କଲ୍ୟାଣ ପାଇଁ ଚିନ୍ତା କରି ସମସ୍ତଙ୍କୁ କୋଟିପତି କରିଦେଇଛନ୍ତି ମାଲିକ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଆଜି ଆମେ ଆପଣଙ୍କୁ ବ୍ରିଟେନର ଜଣେ ବ୍ୟବସାୟୀଙ୍କ ବାବଦରେ କହିବୁ ଯିଏ ତାଙ୍କ କମ୍ପାନୀର ଲାଭ ଅଂଶଧନକୁ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଥିଲେ | ଆଉ ବର୍ତ୍ତମାନ ତାଙ୍କ କମ୍ପାନୀର ଅଧିକାଂଶ କର୍ମଚାରୀ କୋଟିପତି ହୋଇଛନ୍ତି। ଏହି କମ୍ପାନୀର ନାମ ହେଉଛି ଦି ହଟ୍ ଗ୍ରୁପ୍ | ଏହାର ମାଲିକ ହେଉଛନ୍ତି ମାଥ୍ୟୁ ମୋଲଡିଂ | ମାଥ୍ୟୁ ତାଙ୍କ କମ୍ପାନୀର ଲାଭରୁ ପ୍ରାୟ ୮୧୮୩ କୋଟି ମୂଲ୍ୟର ସେୟାର କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ | ଆଉ ଏହି ସେୟାର ପାଇଁ କର୍ମଚାରୀମାନେ କୋଟିପତି ହୋଇପାରିଛନ୍ତି | ମାଥ୍ୟୁ କର୍ମଚାରୀଙ୍କ ପାଇଁ ଏକ ସ୍କିମ୍ ବା ଯୋଜନା ଆରମ୍ଭ କରିଥିଲେ |

ଏହି ଯୋଜନା ସମସ୍ତ କର୍ମଚାରୀଙ୍କ ପାଇଁ ଥିଲା | ଏହି ଯୋଜନାର ଲାଭ ସେହି କର୍ମଚାରୀମାନଙ୍କୁ ଦିଆଯାଇଥିଲା ଯେଉଁମାନେ କେବେ ଏବାବଦରେ ଭାବିନଥିଲେ | ମାଥ୍ୟୁ କମ୍ପାନୀର ସେୟାର ଗୁଡିକୁ ଷ୍ଟକ ମାର୍କେଟରେ ଲଗାଇଥିଲେ | ଆଉ ଯେତେବେଳେ ଏହି ସେୟାରଗୁଡିକ ଭଲ ଟ୍ରେଡିଂ କରିଥିଲା, ସେତେବେଳେ ମାଥ୍ୟୁ ଏହି ଟଙ୍କାକୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେଇଛନ୍ତି | ଏହି ଯୋଜନା ଦ୍ୱାରା କମ୍ପାନୀର ଡ୍ରାଇଭରମାନଙ୍କଠାରୁ ମାଥ୍ୟୁଙ୍କ ବ୍ୟକ୍ତିଗତ ସହାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଅର୍ଥ ମିଳିଛି |

ମାଥ୍ୟୁଙ୍କ ବ୍ୟକ୍ତିଗତ ସହାୟକ କହିଛନ୍ତି ଯେ ତାଙ୍କୁ ଏତେ ଟଙ୍କା ମିଳିଛି ଯେ ସେ ୩୬ ବର୍ଷ ବୟସରେ ଅବସର ନେଇ ପାରିବେ। ମାଥ୍ୟୁ ମୋଲଡିଂ କହିଛନ୍ତି ଯେ ମୁଁ ସମସ୍ତଙ୍କୁ କମ୍ପାନୀର ଲାଭ ବାଣ୍ଟିବାକୁ ଯୋଜନା କରିଥିଲି । ତେଣୁ ଏହି ସ୍କିମ୍ ଆରମ୍ଭ କରିଥିଲି | ପ୍ରଥମେ, ଅନେକ ଲୋକ ଏହି ସ୍କିମକୁ ବିରୋଧ କରୁଥିଲେ, କିନ୍ତୁ ମୋର ବିଶ୍ୱାସ ଥିଲା ଯେ ଷ୍ଟକ୍ ଉପରକୁ ଯିବ | ଆଉ ଷ୍ଟକ ବଜାରରେ ସଫଳତା ପାଇବା ପରେ ଏବେ କର୍ମଚାରୀଙ୍କୁ ଲାଭ ଅଂଶ ବଣ୍ଟାଯାଇଛି |

ସମ୍ବନ୍ଧିତ ଖବର