ନୂଆଦିଲ୍ଲୀ : କିଛି ବର୍ଷର ବ୍ୟବଧାନ ପରେ ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ପଦ୍ଧତିକୁ ଅନ୍ୟ ବିଚାରପତିମାନେ ଏକ ପ୍ରକାର ବିରୋଧ କରିଛନ୍ତି। ବିରଳ ଘଟଣା କ୍ରମରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଦ୍ବାରା ମାମଲା ଶୁଣାଣିର ନୂଆ ସୂଚୀ ପ୍ରସ୍ତୁତି ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହିଥିବା ମାମଲା ଗୁଡ଼ିକର ତ୍ବରିତ ବିଚାର ପାଇଁ ପ୍ରଧାନ ବିଚାରପତି ଏଭଳି ନୂଆ ସୂଚୀ ପ୍ରସ୍ତୁତ ବ୍ୟବସ୍ଥା କରିଛନ୍ତି।
ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠ ବିଚାରପତି ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ଆପରାଧିକ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ପୂର୍ବରୁ ମାମଲାର ଶୁଣାଣି ପାଇଁ ଯେଭଳି ପର୍ଯ୍ୟାପ୍ତ ସମୟ ମିଳୁଥିଲା, ନୂଆ ବ୍ୟବସ୍ଥାରେ ତାହା ମିଳୁନାହିଁ। ଅନ୍ୟପକ୍ଷରେ ବିଚାରପତିଙ୍କ ଅସନ୍ତୋଷକୁ ପ୍ରଧାନ ବିଚାରପତି ଅସ୍ବୀକାର କରିଛନ୍ତି ଏବଂ ତାଲିକା ପ୍ରସ୍ତୁତି ନେଇ କାହାର ବି ଭିନ୍ନମତ ନାହିଁ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2022/09/supreme-court-750x430.jpg)
ନୂଆ ସୂଚୀ ପ୍ରସ୍ତୁତି ବ୍ୟବସ୍ଥାରେ ସୁପ୍ରିମକୋର୍ଟର ବିଚାରପତିମାନେ ଦୁଇଟି ପାଳିରେ କାର୍ଯ୍ୟ କରୁଛନ୍ତି। ପ୍ରତି ସପ୍ତାହର ସୋମବାର ଏବଂ ଶୁକ୍ରବାର ୩୦ ଜଣ ବିଚାରପତି ଦୁଇ ଦୁଇ ଜଣ ଲେଖାଏଁ ବସି ୬୦ରୁ ଅଧିକ ବିବିଧ ମାମଲାର ଶୁଣାଣି କରିବେ। ଏଥିସହିତ ନୂଆ ଜନସ୍ବାର୍ଥ ମାମଲାର ଶୁଣାଣି ମଧ୍ୟ କରିବେ। ନୂଆ ବ୍ୟବସ୍ଥାରେ ଏହା ମଧ୍ୟ ରହିଛି ଯେ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ବିଚାରପତିମାନେ ୩ ଜଣ ଲେଖାଏଁ ଗୋଷ୍ଠୀରେ ବସିବେ। ସକାଳ ବେଳା (ଅପରାହ୍ଣ ୧ଟା ମଧ୍ୟରେ) ଯେଉଁ ମାମଲା ଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହିଛି ତାହାର ବିସ୍ତୃତ ଶୁଣାଣି କରିବେ। ମଧ୍ୟାହ୍ନ ଭୋଜନ ପରେ ବା ଅପରାହ୍ଣ ଅବଧିରେ ବିଚାରପତିମାନେ ଦୁଇ ଦୁଇ ଜଣ ଲେଖାଏଁ ବସିବେ। ପ୍ରଥମେ ସେମାନେ ଟ୍ରାନ୍ସଫର ପିଟିସନ (ଗୋଟିଏ କ୍ଷେତ୍ରାଧିକାରରୁ ଅନ୍ୟ କ୍ଷେତ୍ରାଧିକାରକୁ ମାମଲା ସ୍ଥାନାନ୍ତର)ର ଶୁଣାଣି କରିବେ ଏବଂ ତାହାପରେ ଜନସ୍ବାର୍ଥ ମାମଲା ସହିତ ନୂଆ ମାମଲାର ଶୁଣାଣି କରିବେ।
/sambad/media/post_attachments/wp-content/uploads/2022/09/lalit-709x430.jpg)
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ୟୁୟୁ ଲଳିତ ଅଗଷ୍ଟ ୨୭ ତାରିଖରେ ଦାୟିତ୍ବ ଗ୍ରହଣ କରିଥିଲେ। ସେବେଠାରୁ ନୂଆ ବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ମାମଲାର ଶୁଣାଣି କରିସାରିଛନ୍ତି।
୧୩ ଦିନରେ ୫ ହଜାର ମାମଲାର ଫଏସଲା
ନୂଆଦିଲ୍ଲୀ : ଜଷ୍ଟିସ ୟୁ ୟୁ ଲଳିତ ପ୍ରଧାନ ବିଚାରପତି ଭାବେ ଶପଥ ନେବା ପରଠାରୁ ଗତ ୧୩ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ୫ ହଜାରରୁ ଅଧିକ ମାମଲାର ଫଏସଲା ହୋଇଛି। ଜଷ୍ଟିସ ଲଳିତଙ୍କ ନେତୃତ୍ବରେ ମୋଟ୍ ୫,୧୧୩ ମାମଲାର ଫଏସଲା କରାଯାଇଛି। ସୁପ୍ରିମକୋର୍ଟ ମାତ୍ର ୧୩ ଦିନରେ ୩,୬୧୮ ବିବିଧ ମାମଲା, ୨୮୩ ନିୟମିତ ମାମଲା ଏବଂ ୧୨୧୨ ଟ୍ରାନ୍ସଫର ପିଟିସନ୍ର ଶୁଣାଣି କରି ଫଏସଲା କରିଛନ୍ତି। ଜଷ୍ଟିସ ଲଳିତ କହିଥିଲେ, ତାଙ୍କର ୭୪ ଦିନର କାର୍ଯ୍ୟକାଳରେ ମାମଲାଗୁଡ଼ିକର ତାଲିକାଭୁକ୍ତ କରିବା ଏବଂ ଜରୁରୀ ମାମଲାର ଶୁଣାଣି କରିବା ମୁଖ୍ୟ ଫୋକସ୍ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/supreme-court-1.jpg)