ଶ୍ରୀନଗର: ଦକ୍ଷିଶ କଶ୍ମୀର ସୋପିଆନ୍ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଆଇପିଏସ୍ ଅଧିକାରୀଙ୍କ ଭାଇ ଅଛନ୍ତି। ସୂଚନାନୁଯାୟୀ ସୋପିଆନ୍ର ଶିରମଲ୍ ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବାପରେ ସେନା ଏବଂ ରାଜ୍ୟ ପୁଲିସ ବାହିନୀ ଦ୍ବାରା ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାପାଇଁ ଚେତାବନୀ ଦେଇଥିଲେ ସୁଦ୍ଧା ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ସୁରକ୍ଷାବାହିନୀ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏନ୍କାଉଣ୍ଟର ସ୍ଥଳରେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସ୍ଥାନୀୟ ବିଶୃଙ୍ଖଳ ଜନତା ପଥର ମାଡ଼ କରିବା ଫଳରେ ୪ ଜଣ ଫଟୋ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି।
ଏନ୍କାଉଣ୍ଟର, ୩ ଆତଙ୍କବାଦୀ ନିହତ
/sambad/media/post_attachments/wp-content/uploads/2019/01/1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)