ଶ୍ରୀନଗର: ଜମ୍ମୁ କାଶ୍ମୀରରେ ମଙ୍ଗଳବାର ଦୁଇଟି ପୃଥକ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିସହିତ ଶ୍ରୀନଗରରୁ ୩ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ନିପାତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଇ ତୋଇବାର କମାଣ୍ଡର ମୁଖତାର ଭଟ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ରହିଛି।

Advertisment

କାଶ୍ମୀର ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ତିନି ଜଣ ଆତଙ୍କବାଦୀଙ୍କୁ ଅବନ୍ତିପୋର ଅଞ୍ଚଳରେ ଏବଂ ଜଣଙ୍କୁ ବିଜବେହାରାରେ ନିପାତ କରାଯାଇଛି। ଅବନ୍ତିପୋରା ପୁଲିସ ଏବଂ ସେନା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ଟାଳି ଦେଇଛନ୍ତି ବୋଲି ସେ କହିଛନ୍ତି।

ଅବନ୍ତିପୋରାରେ ନିପାତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍ମର ଇ ତୋଇବାର କମାଣ୍ଡର ମୁଖତାର ଭଟ ରହିଛନ୍ତି। ଜଣେ ବିଦେଶୀ ଆତଙ୍କବାଦୀ ସହାୟତାରେ ସେ ସୁରକ୍ଷାକର୍ମୀ ଶିବିର ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିଲା। ତଲାସୀ ସମୟରେ ଏକେ-୭୪ ରାଇଫଲ, ଏକେ-୫୬ ରାଇଫଲ ଏବଂ ଏକ ପିସ୍ତଲ ଆଦି ଜବତ କରାଯାଇଛି। ନିପାତ ହୋଇଥିବା ତୃତୀୟ ଆତଙ୍କବାଦୀର ପରିଚୟ ଚିହ୍ନଟ ପ୍ରକ୍ରିୟା ଚାଲିଛି। ନିପାତ ହୋଇଥିବା ୩ ଜଣ ଆତଙ୍କବାଦୀ ପୂର୍ବରୁ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ଏହାବ୍ୟତୀତ ଶ୍ରୀନଗରରେ ପୁଲିସ ତିନି ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ୧୦ କିଲୋଗ୍ରାମ ଆଇଇଡି ଜବତ କରିଛି। ସେମାନେ ହେଲେ ଆମିର ମୁସ୍ତାକ ଦର, କବିଲ ରସିଦ ଏବଂ ଅକିବ୍ ଜମାଲ ଭଟ।