ଜମ୍ମୁ ଓ କଶ୍ମୀର: ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଖସି ପଳାଇଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଗୁରୁବାର ସକାଳେ ଜମ୍ମୁ ଓ କଶ୍ମୀରର ବଡ଼ଗାମ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରୁଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସମର୍ଥ ହୋଇଛନ୍ତି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ ବଡ଼ଗାମ ଅନ୍ତର୍ଗତ ପଠାନପୋରା ଅଞ୍ଚଳରେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇଥିଲା। ଆତ୍ମଗୋପନ କରିଥିବା ସ୍ଥାନରେ ନିରାପତ୍ତା ବଳ ପହଞ୍ଚିବା କ୍ଷଣି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ନିରାପତ୍ତା ବଳର ଯବାନମାନେ ଆତଙ୍କବାଦୀମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ।

Image Courtesy of India Today

କିନ୍ତୁ, ନିରାପତ୍ତା ବଳଙ୍କ ସହ ଅଳ୍ପ ସମୟ ଗୁଳି ବିନିମୟ କରିବା ସହ ଗ୍ରେନେଡ୍ ଫିଙ୍ଗି ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଛନ୍ତି। ଘଟଣାସ୍ଥଳରୁ ନିରାପତ୍ତା ବଳର ଯବାନମାନେ ଗୋଟାଏ ପିସ୍ତଲ, ଏକେ ରାଇଫଲ୍‌ର ଛଅଟି ମାଗାଜିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି।

ରବିବାରକୁ ମିଶାଇ ଏହା ହେଉଛି କଶ୍ମୀରରେ ଚତୁର୍ଥ ଏନ୍‌କାଉଣ୍ଟର୍। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ହୋଇଥିବା ଗତ ତିନିଟି ଏନ୍‌କାଉଣ୍ଟର୍‌ରେ ୧୪ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

 

ସମ୍ବନ୍ଧିତ ଖବର