କୁଲଗାମରେ ସେନା ଓ ଆତଙ୍କବାଦୀ ଗୁଳି ବନିମୟରେ ୨ ନିହତ, ଯବାନଙ୍କ କବଜାରେ ୩ ଆତଙ୍କବାଦୀ

ଜମ୍ମୁକାଶ୍ମୀର: ଶନିବାର ଜମ୍ମୁକାଶ୍ମୀର କୁଲଗାମ ଓ କଟପୋରା ଅଞ୍ଚଳରେ ଆତଙ୍କୀ ଓ ସେନା ମଧ୍ୟରେ ଏନକାଉଣ୍ଟ ଜାରି ରହିଥିବା ବେଳେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଗୁଇନ୍ଦା ସୂଚନାନୁସାରେ ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି । ଏମାନଙ୍କୁ ସେନା ଚାରିପଟୁ ଘେରି ନେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

ସୂଚନାନୁଯାୟୀ, ସେନା ଶନିବାର ମଧ୍ୟାହ୍ନରେ କୁଲଗାମରେ ଆତଙ୍କବାଦୀ ଦଳ ଲୁଚି ରହିଥିବା ସୂଚନା ପାଇଥିଲେ। ଏହି ସୂଚନାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଜମ୍ମୁକାଶ୍ମୀର ପୁଲିସ ଓ ଏସ୍‌ଓଜି ଏବଂ ସିଆରପିଏଫ୍‌ ସହିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କବାଦୀ ଏକ ଘର ପଛ ପଟେ ଲୁଚି ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ। ଏହାର ଜବାବରେ ସେନା ବି ତତ୍କାଳ କାଉଣ୍ଟର କରିଥିଲେ।

ଗତ ଶୁକ୍ରବାର ରାଜୌରୀ ଜିଲ୍ଲାର ଆଇଇଡି ନିକଟସ୍ଥ ନୌସେରା ସେକ୍ଟରର ସେନା କ୍ୟାମ୍ପକୁ ଉଡାଇ ଦେଇଥିଲେ ଆତଙ୍କବାଦୀ। ଆତଙ୍କବାଦୀଙ୍କ ଏହି ହାମଲାରେ ଜଣେ ସେନା ସହିଦ ହୋଇଥିଲେ । ତେବେ ଆଜି ଉଭୟ ପକ୍ଷରୁ ଗୁଳି ବର୍ଷଣ ଜାରି ରହିଥିବା ସୂଚନା ରହିଛି ।

ସମ୍ବନ୍ଧିତ ଖବର