ଶ୍ରୀନଗର: ଶୁକ୍ରବାର ଦିନ ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ପଟ୍ଟାନ ଅଞ୍ଚଳରେ ନିମପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିବା କଥା ପୁଲିସ କହିଛି।
ଆଜି ପ୍ରତ୍ୟୁଷରେ ନିରାପତ୍ତା ବଳ ପଟ୍ଟାନ ଅନ୍ତର୍ଗତ ତାନ୍ତ୍ରେ ମହଲା ଅଞ୍ଚଳରେ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସେ କହିଛନ୍ତି ଯେ ମିଳିତ ସର୍ଚ ପାର୍ଟି ଉପରକୁ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସର୍ଚ ଅପରେସନ୍ ବନ୍ଧୁକ ଲଢ଼େଇରେ ପରିଣତ ହୋଇଥିଲା।
କିନ୍ତୁ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/baramula.jpg)