ଜମ୍ମୁ ଓ କଶ୍ଶୀର: ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ରବିବାର ଦିନ ଉତ୍ତର କଶ୍ମୀରର ବନ୍ଦୀପଡ଼ା ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ସଙ୍ଗଠିତ ହୋଇଥିବା କଥା ପୁଲିସ କହୁଛି।

ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବାର ଗୁଇନ୍ଦା ସୂଚନା ପାଇ ଆଜି ସକାଳେ ନିରାପତ୍ତା ବଳ ଜିଲ୍ଲାର ହାଜିନ୍‌ ଅଞ୍ଚଳ ଅନ୍ତର୍ଗତ ମିର୍‌ ମୋହଲ୍ଲା ଗାଁ’କୁ କର୍ଡନ୍‌ କରିଥିଲେ।

ନିରାପତ୍ତା ବଳର ସୈନିକମାନେ ତଲାସ ଅଭିଯାନ ଚଳାଇବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ଏବେ ମଧ୍ୟ ସେଠାରେ ଗୁଳିବିନିମୟ ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର