ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର

ନୂଆଦିଲ୍ଲୀ: ବୁଧବାର ଭୋରରୁ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାର ହାଡିଗାମଠାରେ ଏହି ଏନକାଉଣ୍ଟର ହୋଇଛି। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଛି। ଉକ୍ତ ଘଟଣାରେ ୩ ଆତଙ୍କବାଦୀ ଧରାପଡିଥିବା ଜମ୍ମୁ କାଶ୍ମୀର ଜୋନ ପୁଲିସ ପକ୍ଷରୁ କୁହାଯାଇଛି।

ତେବେ ଏମାନେ କେଉଁ ସଂଗଠନର ଓ ସେମାନଙ୍କ ପରିଚୟ ସଂପର୍କରେ ପୁଲିସ ସୂଚନା ଦେଇନାହିଁ। ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବାରୁ ଏ ସମ୍ପର୍କରେ କୌଣସି ତଥ୍ୟ ଦେଇହେବ ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର