ଜମ୍ମୁ ଓ କଶ୍ମୀର: ଶୋପିଆଁ ଜିଲ୍ଲାରେ ଏନ୍‌କାଉଣ୍ଟର୍‌

ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ମିଳିତ ନିରାପତ୍ତା ବଳ ଟିମ୍‌ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ସମ୍ପୃକ୍ତ ସ୍ଥାନରେ ଅନ୍ୟୂନ ଦୁଇ ତିନି ଜଣ ଆତଙ୍କବାଦୀ ଛକି ରହିଥିବା ବିଶ୍ୱାସ କରାଯାଉଛି।

ଜିଲ୍ଲାର ଜୈନପୋରା ଅନ୍ତର୍ଗତ ଦ୍ରାଗଦ୍‌ ଗାଁରେ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଚାଲିଛି।

ଏ ସଂକ୍ରାନ୍ତରେ ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

ଦାଙ୍ଗେର୍‌ପୋରା ଗାଁରେ ଆତଙ୍କବାଦୀମାନେ ଛପି ରହିଥିବାର ସୂଚନା ପାଇବା ପରେ ଗୁରୁବାର ଦିନ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସେଠାରେ ଦୁଇଜଣ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କ ସଙ୍କ୍ରାନ୍ତରେ ଖବର ପାଇ ସେନାର ୨୨ ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ପ୍ରତିଷେଧ ବ୍ୟବସ୍ଥା ସ୍ୱରୂପ ସାପୋର୍‌ରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର