କଶ୍ମୀର‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀରର ବୁଡଗାମ ଜିଲ୍ଲାରେ ସୁରକ୍ଷା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନମାନେ ୩ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି। ସମସ୍ତେ ଲସ୍କର ଇ ତୋଇବାର ବୋଲି କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଲତିଫ ରାଦେର ବହୁ ସାଧାରଣ ଲୋକଙ୍କ ଜୀବନ ନେଇଛି। ମେ ମାସରେ କଶ୍ମୀର ପଣ୍ଡିତ ରହୁଲ ଭଟ ଓ କଶ୍ମୀର ଟିଭି ଅଭିନେତା ଅମ୍ରିନ ଭଟଙ୍କୁ ବି ସେ ହିଁ ଗୁଳି କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଗତ ରବିବାର ମଧ୍ୟ ଉକ୍ତ ଅଞ୍ଚଳରୁ ଜଣେ ଲସ୍କର ଇ ତୋଇବାର ଆତଙ୍କବାଦୀଙ୍କୁ ଯବାନମାନେ ଗିରଫ କରିଥିଲେ। ତା’ଠାରୁ ୫ ପିସ୍ତଲ, ୫ ମାଗାଜିନ, ୫୦ ରାଉଣ୍ଡ ଗୁଳି ଓ ଦୁଇ ହେଣ୍ଡ ଗ୍ରେନେଡ ଜବତ ହୋଇଥିଲା। ବୁଡଗାମର ଅନ୍ୟ ଅଞ୍ଚଳରେ ବି ଏନକାଉଣ୍ଟର କରାଯାଉଛି।

ସମ୍ବନ୍ଧିତ ଖବର