ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲୱାମା ଅନ୍ତର୍ଗତ ଅବନ୍ତୀପୋରାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆ ଯାଇଥିଲା। ଏହି ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାଯାଇଛି । ଏହାପରେ ଆତଙ୍କବାଦୀ ସେହି ସ୍ଥାନ ଛାଡ଼ି ପଳାୟନ କରିଥିଲେ।
ସେହି ସ୍ଥାନରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଅପର ପକ୍ଷରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆସିଥିବା ଆତଙ୍କବାଦୀଙ୍କୁ ସେନା ଏବଂ ପୁଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ନୌଶେରାର ଦବ୍ବଡ, ପୋଠା, ଖେଡି, ଦରାଟ, ମଙ୍ଗଲାଦେଇ ଆଦି ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ଏଥିରେ ଖୋଜା ଯାଉଥିବା ଜଣାଯାଇଛି।
#UPDATE Kashmir Zone Police: 1 terrorist killed. Arms & ammunition recovered. Identity & affiliation being ascertained. Search continues https://t.co/d12UHkw1zL
— ANI (@ANI) January 7, 2020
ସୂଚନା ଥାଉ କି ଗତବର୍ଷ ଅକ୍ଟୋବର ମାସରେ ତଙ୍ଗଧର ସେକ୍ଟରର ବିପରୀତ ପାର୍ଶ୍ୱରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରରେ ଆଜି ଭାରତୀୟ ସେନା ଆକ୍ରମଣ କରିଥିଲା। ସେଠାରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା ଆକ୍ରମଣ କରିବା ପରେ ପାକ୍ର ୪-୫ଜଣ ସେନା ଯବାନ ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ପୂର୍ବରୁ ୧୦-୧୫ଜଣ ଆତଙ୍କବାଦୀଙ୍କ ନିହତ ହେବା ଖବର ସାମ୍ନାକୁ ଆସିଥିବା ବେଳେ ପାକ୍ ସେନା ଯବାନଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଥିଲା ।
ଭାରତୀୟ ସେନା ପକ୍ଷରୁ ବ୍ୟବହାର କରାଯାଇଥିବା ତୋପ ଓ ଆର୍ଟିଲେରି ଗନ୍ ଦ୍ୱାରା ପାକ୍ ଅଧିକୃତ କଶ୍ମୀରରେ ଅନେକ କ୍ଷୟକ୍ଷତି ହୋଇଥିଲା । ଆତଙ୍କୀ ଲଞ୍ଚ ପ୍ୟାଡ୍ ବି ଭାରତୀୟ ସେନା ଧ୍ୱଂସ କରି ଦେଇଥିଲା।