ଶ୍ରୀନଗର: ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲାର ହାଜିନ ଅନ୍ତର୍ଗତ ମିର୍ ମହଲ୍ଲା ଗାଁରେ ରବିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ପୁଲିସ କନଷ୍ଟେବଲ ସହିଦ ହୋଇଥିବା ବେଳେ ଜଣେ ସେନା ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସେମାନଙ୍କୁ ତଲାସ ଜାରି ରହିଛି।
ମିର୍ ମହଲ୍ଲାରେ କିଛି ଆତଙ୍କବାଦୀ ଛପିଥିବା ସୂଚନା ପାଇ ଆଜି ସକାଳେ ସ୍ଥାନୀୟ ପୁଲିସ ଏବଂ ସେନାବାହିନୀ ପକ୍ଷରୁ ସମଗ୍ର ଗାଁ ଉପରେ ଚଢ଼ଉ ହୋଇଥିଲା। ତେବେ ଆତଙ୍କବାଦୀମାନେ ତାହା ଆଗୁଆ ଜାଣିପାରି ଯବାନମାନଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିବା ସହ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ଗୁଳିରେ ଜମ୍ମୁକଶ୍ମୀର ପୁଲିସ କନଷ୍ଟେବଲ ଜାହିର ଆବାସ ଆଖି ବୁଜିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/dnrff2rvqaamyun.jpg)